ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ ଫେରୁଛି । ଯେଉଁଥିପାଇଁ ସାରା ଗାଁରେ ଏ ଉତ୍ସବର ମାହୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନୂଆଁପାଲି ଗାଁରେ ।
୨୦୦୮ ମସିହାର କଥା । ନୁଆଁପାଲି ଗାଁର ଲଛମନ ବାଗଙ୍କ ପୁଅ ପୁର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ବିଭିନ୍ନ ଜାଗା ବହୁତ ଖୋଜିଲେ । ହେଲେ ପୂର୍ଣ୍ଣଙ୍କର କୌଣସି ପତ୍ତା ପାଇଲେ ନାହିଁ । ଶେଷରେ ପୁଅକୁ ନ ପାଇ ପୁରା ପରିବାର ହତାଶ ହୋଇପଡ଼ିଲେ । ପୁଅ କେଉଁଠି ଥିବ, କେମିତି ଥିବ, କ’ଣ ଖାଉଥିବ ଏହା ଭାବି ଭାବି ବାପା ମାଆ ଭାଙ୍ଗି ପଡ଼ିଲେ । ସମୟ ଗଡିବା ସହ ଧୀରେ ଧୀରେ ପରିବାର ଲୋକେ ତୁନି ରହିଯାଇଥିଲେ । ଦୀର୍ଘ ୧୫ ବର୍ଷ ପରେ ହଠାତ୍ ଦିନେ ପୁଅ ତାମିଲନାଡ଼ୁର ରାମନାଦପୁରମସ୍ଥିତ ଏକ ଏନଜିରେ ଥିବା ନିକଟସ୍ଥ ବଡଭଇଁରୋ ଗାଁର ସମାଜସେବୀ ମନୋଜଙ୍କଠାରୁ ଖବର ପାଇଲେ । ଏହା ଶୁଣିବା ପରେ ପରିବାର ଲୋକଙ୍କ ଗୋଡ଼ ତଳେ ଲାଗିଲା ନାହିଁ । ପୁଅକୁ କେମିତି ଆଣିବେ ସେଥିଲାଗି ଆତ୍ମହରା ହୋଇପଡ଼ିଲେ । ପୁର୍ଣ୍ଣଙ୍କୁ ଆଣିବା ପାଇଁ ତାଙ୍କ ଭାଇ ଓ ମନୋଜ ତାମିଲନାଡ଼ୁରେ ପହଞ୍ôଚଲେ । ସେଠାକାର ଜିଲାପାଳ ପୂର୍ଣ୍ଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ୧୫ ବର୍ଷ ପରେ ପୂର୍ଣ୍ଣ ଗାଁକୁ ଫେରୁଥିବାରୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ପୂର୍ଣ୍ଣ ଗାଁରେ ପହଞ୍ôଚବା ପରେ ଫୁଲମାଳ ଦେଇ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ଗ୍ରାମବାସୀ ।
BREAKING NEWS
- Home Remedies: ଆପଣ ମୁହଁରେ ହଳଦୀ ଏବଂ ଦହି ସହିତ ବେସନ ଲଗାଉଛନ୍ତି କି?, ହୋଇପାରେ କିଛି ଏମିତି…
- Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ ସରକାର…
- Subhadra Yojana: ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଜାନୁଆରୀ ୧୮ ପରିବର୍ତ୍ତେ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା..
- ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଏନସିସି କ୍ୟାଡେଟ୍, କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ହାତରେ..
- Mrunal Dhanush Wedding Rumours: ଧନୁଷଙ୍କ ସହ ବିବାହ ଗୁଜବ ମଧ୍ୟରେ ଏମିତି ଭିଡ଼ିଓ ପୋଷ୍ଟ କଲେ ମୃଣାଲ ଠାକୁର…କିଛି ମିନିଟ୍ ମଧ୍ୟରେ ହେଲା ଭାଇରାଲ
- ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ
- Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି ପ୍ରଶଂସକଙ୍କ ସହ କରାଇଲେ ପରିଚୟ…
- Protests Against Trump: “ସହିବୁନି ଟ୍ରମ୍ପଙ୍କ ଜବରଦସ୍ତି”, ରାସ୍ତାକୁ ଓହ୍ଲାଇଲେ ଆମେରିକା ବିରୁଦ୍ଧରେ କ୍ରୋଧିତ ଗ୍ରୀନଲ୍ୟାଣ୍ଡବାସୀ…
- ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
- Swami Avimukteshwaranand: ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ, ମାଡ଼ ମାରିବା ଅଭିଯୋଗ ଆଣିଲେ ଶିଷ୍ୟ…
Comments are closed.