ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ ଫେରୁଛି । ଯେଉଁଥିପାଇଁ ସାରା ଗାଁରେ ଏ ଉତ୍ସବର ମାହୋଲ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନୂଆଁପାଲି ଗାଁରେ ।
୨୦୦୮ ମସିହାର କଥା । ନୁଆଁପାଲି ଗାଁର ଲଛମନ ବାଗଙ୍କ ପୁଅ ପୁର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ବିଭିନ୍ନ ଜାଗା ବହୁତ ଖୋଜିଲେ । ହେଲେ ପୂର୍ଣ୍ଣଙ୍କର କୌଣସି ପତ୍ତା ପାଇଲେ ନାହିଁ । ଶେଷରେ ପୁଅକୁ ନ ପାଇ ପୁରା ପରିବାର ହତାଶ ହୋଇପଡ଼ିଲେ । ପୁଅ କେଉଁଠି ଥିବ, କେମିତି ଥିବ, କ’ଣ ଖାଉଥିବ ଏହା ଭାବି ଭାବି ବାପା ମାଆ ଭାଙ୍ଗି ପଡ଼ିଲେ । ସମୟ ଗଡିବା ସହ ଧୀରେ ଧୀରେ ପରିବାର ଲୋକେ ତୁନି ରହିଯାଇଥିଲେ । ଦୀର୍ଘ ୧୫ ବର୍ଷ ପରେ ହଠାତ୍ ଦିନେ ପୁଅ ତାମିଲନାଡ଼ୁର ରାମନାଦପୁରମସ୍ଥିତ ଏକ ଏନଜିରେ ଥିବା ନିକଟସ୍ଥ ବଡଭଇଁରୋ ଗାଁର ସମାଜସେବୀ ମନୋଜଙ୍କଠାରୁ ଖବର ପାଇଲେ । ଏହା ଶୁଣିବା ପରେ ପରିବାର ଲୋକଙ୍କ ଗୋଡ଼ ତଳେ ଲାଗିଲା ନାହିଁ । ପୁଅକୁ କେମିତି ଆଣିବେ ସେଥିଲାଗି ଆତ୍ମହରା ହୋଇପଡ଼ିଲେ । ପୁର୍ଣ୍ଣଙ୍କୁ ଆଣିବା ପାଇଁ ତାଙ୍କ ଭାଇ ଓ ମନୋଜ ତାମିଲନାଡ଼ୁରେ ପହଞ୍ôଚଲେ । ସେଠାକାର ଜିଲାପାଳ ପୂର୍ଣ୍ଣଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ୧୫ ବର୍ଷ ପରେ ପୂର୍ଣ୍ଣ ଗାଁକୁ ଫେରୁଥିବାରୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ପୂର୍ଣ୍ଣ ଗାଁରେ ପହଞ୍ôଚବା ପରେ ଫୁଲମାଳ ଦେଇ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ଗ୍ରାମବାସୀ ।
BREAKING NEWS
- MLA Salary Hike Bill: ବଢ଼ିବନି ବିଧାୟକଙ୍କ ଦରମା, ବିଲ୍ ପ୍ରତ୍ୟାହାର ନେଇ ପ୍ରକିୟା ଆରମ୍ଭ
- ବିଦେଶୀ ପଞ୍ଜୀକରଣ, ଇମିଗ୍ରେସନ ଏବଂ ଭିଜା ଟ୍ରାକିଂ ସିଷ୍ଟମ ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି
- `Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ
- ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ
- ଭାରତକୁ ୟୁରୋପୀୟ ସଂଘର ଝଟକା
- ଆଇପିଏଲ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବେ ଏହି ୫ ଅଧିନାୟକ
- Covid-like lockdown Fact check: କ’ଣ ସତରେ ଲକଡାଉନ୍ ହେବାକୁ ଯାଉଛି? ଏମିତି କ’ଣ କହିଦେଲେ ପ୍ରଧାନମନ୍ତ୍ରୀ ମୋଦି…ବଢ଼ିଗଲା ଚର୍ଚ୍ଚା…
- ଟି୨୦ରେ କେବଳ ଫୋକସ କରିବେ ମ୍ୟାକ୍ସୱେଲ
- ଟ୍ରକ୍ ସହିତ ଧକ୍କା ହେଲା ବସ୍; ଜଳିଗଲେ ୧୩ ଯାତ୍ରୀ
- ନଦୀକୁ ଖସିଲା ଯାତ୍ରୀବାହୀ ବସ୍: ଦୁର୍ଘଟଣାରେ ୨୩ ମୃତ
Comments are closed.