Latest Odisha News

BREAKING NEWS

ହକି ଷ୍ଟାର ପ୍ରବୋଧଙ୍କ ଘରୁ ଚୋରୀ, ପଦକ ବି ଲୁଟିନେଲେ

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ହୋଇଛି । ଭୁବନେଶ୍ୱରରେ ସେ ରହୁଥିବା ସରକାରୀ ବାସଭବନରେ ଏହି ଘଟଣା ଘଟିଛି । ପ୍ରବୋଧ ଏବଂ ତାଙ୍କ ପରିବାର ଲୋକ ଘରେ ନ ଥିବା ବେଳେ ଚୋରମାନେ ଘରେ ପଶି ଏହି କାଣ୍ଡ ରଚିଥିଲେ । ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ ରାଉରକେଲାରେ ଅଛନ୍ତି । ପ୍ରବୋଧଙ୍କ ଘରୁ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ସମେତ କେତେକ ସ୍ୱର୍ଣ୍ଣ ପଦକକୁ ବି ଲୁଟି ନେଇଛନ୍ତି । ଚୋରୀ ସମ୍ପର୍କରେ ପ୍ରବୋଧଙ୍କ କେୟାରଟେକର ଜଣାଇବା ପରେ ସେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ଚୋରଙ୍କ ଖୋଜ ଖବର କିଛି ମିଳି ନାହିଁ । ସୂଚନାଯୋଗ୍ୟ, ପ୍ରବୋଧ ସୁନ୍ଦରଗଡରେ ୬ ଅକ୍ଟୋବର ୧୯୮୪ରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ସିନିୟର ଟିମ ସମେତ ସେ ଜୁନିୟର ଓ ଭାରତ ଏ ଟିମର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ୨୦୦୭ ଏସିଆ କପ ବିଜେତା ଟିମର ସେ ସଦସ୍ୟ ଥିଲେ ।

Leave A Reply

Your email address will not be published.