Latest Odisha News

BREAKING NEWS

‘ଶକ୍ତିମାନ’ର ମୁକେଶ ଖାନ୍ନାଙ୍କୁ କାହିଁକି ଏଭଳି କହିଲେ ସୋନାକ୍ଷୀ

ମୁମ୍ବାଇ: ‘ଶକ୍ତିମାନ’ ସିରିଅଲର ଫେମ୍ ମୁକେଶ ଖାନ୍ନା ନିଜର ବୟାନ ପାଇଁ ବିବାଦ ଘେରରେ। ଏକ ପୁରୁଣା ଭିଡିଓରେ ସୋନାକ୍ଷୀ ସିହ୍ନାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇ ପୁଣି ବିବାଦ ଘେରକୁ ଆସିଯାଇ ଛନ୍ତି। ତେବେ କେବିସିର ଏକ ପୁରୁଣା ଏପିସୋଡରେ ସୋନାକ୍ଷୀ ପ୍ରଭୁ ହନୁମାନଙ୍କ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ସେହି ଘଟଣାକୁ ଆକ୍ଷେପ କରି  ସୋନାକ୍ଷୀଙ୍କ ସାଂସ୍କୃତିକ ଜ୍ଞାନ ଏବଂ ତାଙ୍କ ପିତା ଶତ୍ରୁଘ୍ନ ସିହ୍ନାଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇଛନ୍ତି।

ମୁକେଶ ଖାନ୍ନାଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସୋନାକ୍ଷୀ ସିହ୍ନା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଆପଣଙ୍କର ବୟାନରେ କହିଥିଲେ ଯେ ପୂର୍ବରୁ ଏକ ଶୋ’ରେ ରାମାୟଣ ବିଷୟରେ ପଚରାଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେଇ ନପାରିଥିବାରୁ ଏହା ମୋର ପିତାଙ୍କର ଭୁଲ ଲାଳନପାଳନର ଦୋଷ ଅଟେ। ତେବେ ମୁଁ ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ସେଦିନ ହଟ ସିଟରେ ମୋ ସହ ଆଉ ଜଣେ ମହିଳା ବି ଥିଲେ ଓ କେହି ବି ଉତ୍ତର ଜାଣି ନଥିଲେ। କିନ୍ତୁ ଆପଣ କେବଳ ମୋର ନାମ ହିଁ ନେଲେ।

ମୁକେଶ ଖାନ୍ନା ସୋନାକ୍ଷୀଙ୍କ ବାପାଙ୍କୁ ଆକ୍ଷେପ କରିବାରୁ ସୋନାକ୍ଷୀ ଜବାବରେ କହିଥିଲେ ଯେ “ଆଗକୁ ଯଦି ମୋ ବାପାଙ୍କ ଲାଳନପାଳନ ଉପରେ କିଛି କହିବା ପୂର୍ବରୁ ଚିନ୍ତା କରିବେ। କାରଣ ମୋର ବାପାଙ୍କର ଉତ୍ତମ ଲାଳନପାଳନ ଯୋଗୁଁ ହିଁ ମୁଁ ଆଜି ଏପରି ସମ୍ମାନଜନକ ଭାବେ ଆପଣଙ୍କୁ ଉତ୍ତର ଦେଉଛି।

Leave A Reply

Your email address will not be published.