Latest Odisha News

BREAKING NEWS

ନୂଆ ଅନ୍ଦାଜରେ ଆସୁଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା !

ମୁମ୍ବାଇ : ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ଏକ ନୂଆ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ । ମୁଦାସର ଅଜିଜ ନିର୍ଦ୍ଦେଶିତ ‘ହାପି ଫିର୍ ଭାଗ୍ ଜାୟେଗୀ’ ରେ ସୋନାକ୍ଷୀ ଲିଡ୍ ରୋଲରେ ନଜର୍ ଆସିବେ ।

ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାପରେ ସୋସିଆଲ ମିଡ଼ିଆରେ ଏକଦମ ଧମାକା କରିଛି । ମାତ୍ର କେଇ ଘଣ୍ଟାରେ ୟୁଟ୍ୟୁବରେ ନମ୍ବର ୱାନ ଟ୍ରେଣ୍ଡରେ ରହିପାରିଛି ।

୨୦୧୬ରେ ପରଦାକୁ ଆସିଥିବା ‘ହାପି ଭାଗ୍ ଜାୟେଗୀ’ର ଏହା ଏକ ସିକ୍ୱେଲ୍ । ଏଥର କିନ୍ତୁ ସିକ୍ୱେନ୍ସିରେ ଡବଲ୍ ଧମାକା ସହିତ ୨ଜଣ ହାପି ନଜରକୁ ଆସିବେ ।

ଏହି ସିନେମାରେ ଡାଏନା ପେଣ୍ଟି ହରପ୍ରୀତ କୌର ଭୂମିକାରେ ଏବଂ ସୋନାକ୍ଷୀ ସିହ୍ନାଙ୍କୁ ନବପ୍ରୀତ କୌର ଚରିତ୍ରରେ ପରଦାରେ ଦେଖିବାକୁ ମିଳିବ ।

ରିଲିଜ୍ ହୋଇଥିବା ଟ୍ରେଲରଟି ମଜା, ମସ୍ତି ଓ କନଫ୍ୟୁଜନରେ ଭରପୁର । ଫିଲ୍ମଟି ଆଗାମୀ ଅଗଷ୍ଟ ୨୪ରେ ରିଲିଜ ହେବାକୁ ଥିବାବେଳେ ସୋନାକ୍ଷୀଙ୍କ ସହିତ ଏଥିରେ ଡ଼ାଏନା ପେଣ୍ଟି, ଜିମି ସେରେଗିଲ, ଅଲ୍ଲୀ ଫଜଲ, ଜସି ଗିଲ ଏବଂ ପିୟୁଷ ମିଶ୍ରାଙ୍କୁ ଦେଖିବାକୁ ମିଳିବ ।

ତେବେ ଯାହାବି ହେଉ ହଲ୍ ଭିତରେ ଦର୍ଶକ ଭରପୁର ମଜା ଉଠାଇପାରିବେ । କେବଳ ସୋନାକ୍ଷୀଙ୍କ ଏହି ଫିଲ୍ମଟି ରିଲିଜ ହେଲାପରେ ହିଁ ସସପେନ୍ସରେ ଥିବା ଷ୍ଟୋରୀଟି ଜଣାପଡ଼ିବ ।

Leave A Reply

Your email address will not be published.