Latest Odisha News

ଭଁସାଲୀଙ୍କ ହୀରାମଣ୍ଡିର ନାୟିକା ହେବେ ସୋନାକ୍ଷୀ

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ସହ ଗଙ୍ଗୁବାଇ କାଠିୟାୱାଡି ଫିଲ୍ମର ଶୁଟିଂ ଶେଷ କରିବା ପରେ ସଞ୍ଜୟ ଲୀଲା ଭଁସାଲୀ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପାକିଜା ଫିଲ୍ମ ଶୈଳୀରେ ସେ ହୀରାମଣ୍ଡି ନାମକ ଏକ ୱେବ ସିରିଜ ପ୍ରସ୍ତୁତ କରୁଛନ୍ତି । ରିପୋର୍ଟ ମୁତାବକ ଏଥିରେ ସୋନାକ୍ଷୀ ସିହ୍ନା ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବେ ।

ଏଥିରେ ସେ ଏକ ସେକ୍ସ ୱର୍କର ଭୂମିକା ତୁଲାଇବେ । ଏହାକୁ ଜୀବନ୍ତ କରିବା ପାଇଁ ସୋନାକ୍ଷୀ କଥକ ନୃତ୍ୟ ଶିଖିବା ଆରମ୍ଭ କରିଛନ୍ତି । ଏହା ସୋନାକ୍ଷୀଙ୍କ କ୍ୟାରିୟରର ଟଣ୍ଣିଂ ପଂଏଟ ହେବ ବୋଲି ସମୀକ୍ଷକ ମାନେ ଆଶା ବ୍ୟକ୍ତ କରିଛନ୍ତି । ବାପା ଶତ୍ରୁଘ୍ନ ସିହ୍ନା ମଧ୍ୟ ବ୍ୟକ୍ତିଗତ ଭାବେ ଭଁସାଲୀଙ୍କ ଫିଲ୍ମରେ ସୋନାକ୍ଷୀ ଅଭିନୟ କରନ୍ତୁ ବୋଲି ଚାହୁଁଥିଲେ ।

Comments are closed.