ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଚଳିତ ବର୍ଷ ତାଙ୍କର ପ୍ରିୟ ହୋଲି ପର୍ବ ପାଳନ କରିନାହାନ୍ତି।
ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶଂସକମାନଙ୍କୁ ହୋଲିରେ ଅଭିନନ୍ଦନ ଜଣାଇବା ପାଇଁ ସେ ମଙ୍ଗଳବାର ଦିନ ତାଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି ଏବଂ କରୋନା ଜୀବାଣୁ ଭୟ ହେତୁ ସେ ତାଙ୍କ ପ୍ରିୟ ପର୍ବ ପାଳନ କରୁନାହାଁନ୍ତି ବୋଲି ମଧ୍ୟ କହିଛନ୍ତି।
ତେବେ ସୋନାକ୍ଷୀ ସେୟାର କରିଥିବା ଫଟୋରେ ତାଙ୍କୁ ହୋଲି ରଙ୍ଗରେ ଦେଖିବାକୁ ମିଳିଛି।
Comments are closed.