Latest Odisha News

BREAKING NEWS

ଆଜି କରୋନା ଭାଇରସର ୯ ନୂଆ ମାମଲା ଚିହ୍ନଟ, ଭାରତରେ ଆକ୍ରାନ୍ତ ସଂଖ୍ୟା ୫୬କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଭାରତରେ ୯ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୩ଜଣ କର୍ଣ୍ଣାଟକରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ପହଞ୍ଚିଛି ।

ଆଜି ସକାଳେ ପୁଣି ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବମାଷ୍ଟର ଇରାନରେ ଫସିଥିବା ୫୮ଜଣ ଭାରତୀୟଙ୍କୁ ନେଇ ସ୍ୱଦେଶ ଫେରିଛି । ସୋମବାର ରାତିରେ ଏହି ଭାରତୀୟ ବାୟୁସେନା ବିମାନକୁ ଭାରତୀୟଙ୍କ ଉଦ୍ଧାର ପାଇଁ ତେହେରାନ ପଠାଯାଇଥିଲା । ଇରାନରେ ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବଂ ପାଖାପାଖି ୨ହଜାର ଭାରତୀୟ ଇରାନରେ ବସବାସ କରନ୍ତି ।

Leave A Reply

Your email address will not be published.