ମୁମ୍ବାଇ: ଫିଲ୍ମ‘ଦିୱାନୀୟତ୍’ରେ ଏଣ୍ଟ୍ରି ମାରିଲେ ସୋନମ। ପ୍ରଥମଥର ପରଦାରେ ହର୍ଷବର୍ଦ୍ଧନଙ୍କ ସହ କରିବେ ରୋମାନ୍ସ। ହର୍ଷବର୍ଦ୍ଧନ ରାଣେଙ୍କ ପରେ ଅଭିନେତ୍ରୀ ସୋନମ ବାଜୱାଙ୍କ ନାଁ ମିଲାପ ମିଲନ ଜାଭେରୀଙ୍କ ଫିଲ୍ମ ‘ଦିୱାନୀୟତ୍’ରେ ଯୋଡ଼ି ହୋଇଛି। ଏହା ଏକ ଭାବପ୍ରବଣ ପ୍ରେମ କାହାଣୀ ହେବ। ଏହି ଫିଲ୍ମ ଜରିଆରେ ହର୍ଷବର୍ଦ୍ଧନ ଓ ସୋନମ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ।
ଫିଲ୍ମ ନିର୍ମାଣ କରୁଛନ୍ତି ଅମୁଲ ଭି. ମୋହନ ଓ ଅଂଶୁଲ ମୋହନ। ତାଙ୍କ ପ୍ରଡକ୍ସନ୍ ହାଉସ୍ରେ ଚର୍ଚ୍ଚିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ ନିର୍ମିତ ହୋଇଛି। ‘ଦିୱାନୀୟତ୍’ର ନିର୍ଦ୍ଦେଶକ ଜାଭେରୀ ‘ସତ୍ୟମେବ ଜୟତେ’ ଓ ‘ମରଜାୱାଁ’ ଭଳି ଫିଲ୍ମ ପାଇଁ ପରିଚିତି ପାଇଛନ୍ତି। ଫିଲ୍ମର କାହାଣୀ ଉଭୟ ଜାଭେରୀ ଓ ମୁସ୍ତାକ ଶେଖ୍ ଲେଖିଛନ୍ତି।
ଆଗାମୀ କିଛି ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ବର୍ଷ ଶେଷ ବେଳକୁ ଏହା ଥିଏଟରକୁ ଆସିବ। ଫିଲ୍ମରେ ସଙ୍ଗୀତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଗୀତ କାହାଣୀର ଭାବନାକୁ ଭଲ ଭାବେ ଦେଖାଇବ, ଯାହା ଫିଲ୍ମକୁ ଆହୁରି ପ୍ରଭାବଶାଳୀ କରିବ। ମେଲୋଡି ଓ ଇମୋସନ୍ ଫିଲ୍ମକୁ ଖାସ୍ କରିବ। ମଡେଲିଂରୁ ସୋନମ ଅଭିନୟ ଜଗତକୁ ଆସିଛନ୍ତି।
Comments are closed.