Latest Odisha News

BREAKING NEWS

ଫିଲ୍ମ ‘ବ୍ଲାଇଣ୍ଡ୍’‌ର ସୁଟିଂ ପାଇଁ ପ୍ରସ୍ତୁତ ସୋନମ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ସାରା ସୋନମ କପୁର ଅହୁଜା ନିଜ ପରିବାର ସହ ସମୟ ବିତାଇବା ପରେ ଏବେ କର୍ମସ୍ଥଳୀକୁ ଫେରିଛନ୍ତି ଅର୍ଥାତ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ୍’‌ ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ‘ବ୍ଲାଇଣ୍ଡ୍’‌ର ଏକ ଫଟୋ ସେୟାର୍‌ କରି ଏହି ସୂଚନାକୁ ଦେଇଛନ୍ତି। ସୋନମ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ କ୍ରାଇମ ଥ୍ରୀଲର ଫିଲ୍ମ ‘ବ୍ଲାଇଣ୍ଡ୍’‌ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସିରିଏଲ କିଲର ସନ୍ଧାନରେ ଦୃଷ୍ଟିହୀନ ପୋଲିସ ଅଧିକାରୀଙ୍କ କାହାଣୀକୁ ନେଇ ଗତିଶୀଳ।

‘ବ୍ଲାଇଣ୍ଡ୍’‌ ହେଉଛି ଏକ କୋରିଆନ୍‌ ଚଳଚ୍ଚିତ୍ର।  ଏହା ପାୟ ୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା। ଏହାର ଅଫିସିଆଲ୍ ରିମେକ୍ ବର୍ତ୍ତମାନ ବଲିଉଡରେ ତିଆରି ହେଉଛି। ଏହି ଫିଲ୍ମରେ ସୋନମ ଜଣେ ଅନ୍ଧ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ପୋଲିସ୍ ଏକାଡେମୀର ଜଣେ ଛାତ୍ରଙ୍କ ବିଷୟରେ, ଦୃଷ୍ଟି ହରାଇବା ପରେ ତାଙ୍କ ଜୀବନରେ ଏକ ଦୁର୍ଘଟଣା ଘଟିଥାଏ, ଯାହା ତାଙ୍କ ଜୀବନରେ ନୂଆ ମୋଡ ଆଣିଥାଏ।

Comments are closed.