Latest Odisha News

BREAKING NEWS

ବିଜେପିର ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

ସୋନପୁର: କଳାହାଣ୍ଡି ଜିଲ୍ଲାର ମାହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଏନେଇ ସାରା ରାଜ୍ୟରେ ବଢ଼ୁଛି ଜନଅସନ୍ତୋଷ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ କରିଛି ବିଜେପି। ଏହାର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି।

ଏହି ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଏହାର ନିରପେକ୍ଷ ସିବିଆଇ ତଦନ୍ତ କରିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିରମହାରାଜପୁର ବ୍ଲକକୁ ସକାଳ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଦେଖିବାକୁ ମିଳିଛି। ଜରୁରୀ ସେବାକୁ ବାଦ ଦେଲେ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବିରମହାରାଜପୁର ମୁଖ୍ୟ ଛକରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.