Latest Odisha News

BREAKING NEWS

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୭୬ ଲୋକାଲ୍‌ କେସ୍‌ ରହିଛି।

ସେହିପରି ଅନୁଗୁଳରୁ ୨, ବାଲେଶ୍ବରରୁ ୧୫, ଭଦ୍ରକରୁ ୧୧, କଟକରୁ ୪୦, ଦେଓଗଡରୁ ୬, ଢେଙ୍ଗାନାଳରୁ ୩, ଗଜପତିରୁ ୪, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୧, ଝାରସୁଗୁଡାରୁ ୨, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୧୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୨୦, ନବରଙ୍ଗପୁରରୁ ୧, ନୟାଗଡରୁ ୬, ନୂଆପଡ଼ାରୁ ୩, ପୁରୀରୁ ୮, ରାୟଗଡାରୁ ୪, ସମ୍ବଲପୁରରୁ ୧୪, ସୋନପୁରରୁ ୧, ସୁନ୍ଦରଗଡରୁ ୩ ଜଣ ଲେଖାଏଁ କରୋନା ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.