ସୋନପୁର : ବୟନଶିଳ୍ପ ଓ ହସ୍ତଶିଳ୍ପର ପ୍ରସାର ପାଇଁ କରାଯିବ ବ୍ୟବସ୍ଥା । ବୟନ ଶିଳ୍ପକୁ ଲୋକାଭିମୁଖୀ କରାଯିବ ସହ ସାମଗ୍ରୀର ବିକ୍ରି ପାଇଁ କରାଯିବ ବଜାର ବ୍ୟବସ୍ଥା । ଏଭଳି ସୂଚନା ଦେଇଛନ୍ତି ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବାଣେ । ଆଜି ସୋନପୁର ବ୍ଲକ ସାଗରପାଲି ଗସ୍ତ କରିଛନ୍ତି ସୋନପୁର ଜିଲ୍ଲାପାଳ । ଏହି ଅବସରରେ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉଛି । ଆଉ ଏସବୁ ଉପକରଣକୁ ବୁଲି ଦେଖିଥିଲେ ଜିଲ୍ଲାପାଳ ।
ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ରେଶମ ଶାଢ଼ୀର ଚାହିଦାକୁ ଅନଲାଇନ ବଜାର ମାଧ୍ୟମରେ ରାଜ୍ୟ, ତଥା ଦେଶ ବିଦେଶରେ ଉପଲବ୍ଧ କରାଇବାକୁ ବିଭାଗୀୟ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦିଆଯାଇଛି । ବୟନ ଶିଳ୍ପକୁ ଜିଲ୍ଲାରେ ଆହୁରି ଲୋକାଭିମୁଖୀ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରିବଟାର ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଦକ୍ଷତା ବୃଦ୍ଧିରେ ନୂଆ ନୂଆ ଡିଜାଇନକୁ ସାମିଲ କରି ଉତ୍ପାଦିତ ବୟନ, ହସ୍ତତନ୍ତ ସାମଗ୍ରୀକୁ ବିକଶିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ସାଗରପାଲି ମା’ ତନ୍ତୁବାୟ ସହଯୋଗ ସମିତି ଓ ଗଙ୍ଗାଧର ତନ୍ତୁବାୟ ସହଯୋଗ ସମିତିର ବୁଣାକାର ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ।
Comments are closed.