Latest Odisha News

BREAKING NEWS

୭ ଫିଲ୍ମରେ ଅଟକିଛି ଧର୍ମା ପ୍ରଡକ୍ସନର ୧୧୦୦ କୋଟି !

ମୁମ୍ବାଇ: କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ କରୋନା ମହାମାରୀ ଯୋଗୁ ଅସୁବିଧାରେ ପଡିଯାଇଛି କହିଲେ ଭୁଲ ହେବନି । ରିପୋର୍ଟ ମୁତାବକ ଧର୍ମା ପ୍ରଡକ୍ସନର ୭ ଫିଲ୍ମରେ ୧୧୦୦ କୋଟି ଇନଭେଷ୍ଟ ହୋଇଛି । ଏହା ମଧ୍ୟରେ ବ୍ରହ୍ମାସ୍ତ୍ରରେ ୫୦୦ କୋଟି, ସୂର୍ଯ୍ୟବଂଶୀରେ ୧୬୫ କୋଟି, ଦୋସ୍ତାନା-୨ର ୫୦ କୋଟି, ଶେରଶାହର ୮୦ କୋଟି, ଲାଇଗରର ୧୬୫ କୋଟି, ମିଷ୍ଟର ଲେଲେର ୮୦ କୋଟି ଏବଂ ଯୁଗ ଯୁଗ ଜିୟୋର ୮୦ କୋଟି ରହିଛି ।

୪ ବର୍ଷ ହେବ କରନ ଜୋହର ତାଙ୍କ ମେଗା ପ୍ରୋଜେକ୍ଟ ବ୍ରହ୍ମାସ୍ତ୍ର ନେଇ ବ୍ୟସ୍ତ ରହିଛନ୍ତି । ଏବେ ସୁଦ୍ଧା ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ସରି ନାହିଁ । ଫିଲ୍ମଟି ୩ଟି ଭାଗରେ ରିଲିଜ ହେବ । ଏହା ବଲିଉଡର ମେଗା ପ୍ରୋଜେକ୍ଟ ଭାବେ ପରିଗଣିତ । ଅନ୍ୟ ଅର୍ଥରେ ଏହି ଫିଲ୍ମଗୁଡିକ ଉପରେ କରନଙ୍କ ଭାଗ୍ୟ ନିର୍ଭର କରୁଛି କହିଲେ ଭୁଲ ହେବ ନାହିଁଁ । ସୁଶାନ୍ତ ସିଂ ରାଜପୁତ କେସ ପରେ କେତେକ ଫିଲ୍ମ ଉପରେ ଦର୍ଶକ ଉତ୍ସାହ ଦେଖିବାକୁ ମିଳି ନାହିଁ । ଏହା କରନଙ୍କୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.