Latest Odisha News

BREAKING NEWS

ୟୁପି ଚାଷୀ ମୃତ୍ୟୁ ଘଟଣା : ସୋନପୁର ଶ୍ରମିକ କୃଷକ ଏକତା ମଞ୍ଚର ବିକ୍ଷୋଭ

ସୋନପୁର : ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ ନେଇ ସୋନପୁର ଜିଲ୍ଲାରେ ପ୍ରତିବାଦ । ଉତ୍ତର ପ୍ରଦେଶ ଲଖିପୁର ଠାରେ ହୋଇଥିବା ଚାଷୀ ମୃତ୍ୟୁ ଘଟଣାକୁ ନିନ୍ଦା କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା  ମଞ୍ଚ ପକ୍ଷରୁ ବିରମହାରାଜପୁର ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୃଷକ ମାନେ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଏହି ଶୋଭାଯାତ୍ରାରେ କୃଷକ ମାନେ ସହର ପରିକ୍ରମା କରିବା ସହ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାର ବିରୋଧ ଶ୍ଲୋଗାନ ଦେଇଥିଲେ। କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଚାଷୀ ଶୋଭାଯାତ୍ରା ଚାଲିଥିବା ସମୟରେ ଗାଡି ଚଳାଇ ନଅ ଜଣ ଚାଷୀଙ୍କୁ ମାରିଦେଇଥିବା ଅଭିଯୋଗରେ କୃଷକ ଏକତା ମଞ୍ଚ ଏହି ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.