Latest Odisha News

BREAKING NEWS

କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି । ଯଦି ଏହି ଟିକାକୁ ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଯଦି ଅନୁମତି ମିଳେ ତେବେ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିୟମ ଲାଗୁ ହେବ ନାହିଁ । ଭାରତ ବାୟୋଟେକର କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଏବେ ଭାରତରେ କୋଭିଡ ମୁକାବିଲାରେ ବ୍ୟବହୃତ ହେଉଛି । ତେବେ ରପ୍ତାନୀ ଓ ବିଦେଶ ଯାଉଥିବା ଲୋକଙ୍କ କ୍ଷେତ୍ରରେ କୋଭିସିଲ୍ଡକୁ ଅନୁମତି ମିଳୁଥିବା ବେଳେ କୋଭାକ୍ସିନକୁ ଅନୁମତି ମିଳିନାହିଁ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଓ ଆଇସିଏମଆରର ସହଭାଗିତାରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । କ୍ଲିନିକାଲ ଟ୍ରାଏଲରେ ଏହା ୭୮ ପ୍ରତିଶତ ସଫଳ ହୋଇଥିବା ପ୍ରମାଣିତ ହୋଇଛି । ବର୍ତ୍ତମାନ ଫାଇଜର-ବାୟୋଏନଟେକ, କୋଭିସିଲ୍ଡ, ଜନସନ, ମଡର୍ଣ୍ଣା ଓ ସିନୋଫାର୍ମକୁ ଅନୁମତି ଦେଲାଣି ସ୍ବାସ୍ଥ୍ୟ ସଙ୍ଗଠନ । କୌଣସି ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁମତି ଦେବା କ୍ଷେତ୍ରରେ ଚାରିଟି ପର୍ଯ୍ୟାୟ ରହିଛି ।

Leave A Reply

Your email address will not be published.