Latest Odisha News

BREAKING NEWS

ସୋନପୁର ପୋଲିସ ଦ୍ୱାରା ୪ ଲୁଟେରା ଗିରଫ, ବିପୁଳ ଚୋରି ସାମଗ୍ରୀ ଜବତ

ସୋନପୁର : ସୋନପୁର ପୋଲିସ ମଙ୍ଗଳବାର ଦିନ ୪ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ କରିଛି ।

ବିଶେଷ ସୁତ୍ରରୁ ଜଣାପଡିଛି ଏହି ଲୁଟେରା ମାନଙ୍କ ନିକଟରୁ ୧୦ ଗ୍ରାମ ଓଜନର ସୁନା ବିସ୍କୁଟ ସମେତ ଦୁଇ ଲକ୍ଷର ଅଧିକ ଟଙ୍କାର ଚୋରି ସାମଗ୍ରୀ ପୋଲିସ ଜବତ କରିଛି ।

ଏଥିମଧ୍ୟରେ ପୋଲିସ ସୁତ୍ରରୁ ମଧ୍ୟ ଜଣାପଡିଛି ଗିରଫ ହୋଇଥିବା ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚଢଉ କରି ସେମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା । ଜିଲ୍ଲାର ଅନ୍ୟ କେଉଁ ସ୍ଥାନମାନଙ୍କରେ ଏହି ଲୁଟେରା ଗ୍ୟାଙ୍ଗ ଲୁଟ କରିଥିଲେ ସେ ନେଇ ଅଧିକ ତଥ୍ୟ ପାଇଁ ପୋଲିସ ଥାନାରେ ପଚରାଉଚରା ଜାରି ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.