Latest Odisha News

BREAKING NEWS

‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣାୱତ, ରିଲିଜ ହେଲା ଟିଜର୍

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ‘ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ ଝାନ୍ସି’ ର ଟ୍ରେଲର ରିଲିଜ ହୋଇଛି ।

ଏହି ବହୁ ପ୍ରତିକ୍ଷିତ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ ମିଳୁଛି ।

ମାତ୍ର ଦୁଇ ମିନିଟର ଏହି ଟ୍ରେଲରରେ ବଲିଉଡର ସେହେନ୍ସା ବିଗ ବି ଅମିତାଭ ବଚ୍ଚନଙ୍କ ଦମଦାର ଆୱାଜରେ ଝାନ୍ସି ରାଣୀଙ୍କ ବୀରତ୍ୱ ଗାଥା ଓ ପରାକ୍ରମର କାହାଣୀ ଶୁଣିବାକୁ ମିଳୁଛି ।

ଏହି ଟିଜରରେ କଙ୍ଗନା ରାଣୀ ଝାନ୍ସିଙ୍କର ଭୂମିକାରେ ଯୁଦ୍ଧ କ୍ଷେତ୍ରରେ ସାହସର ସହିତ ବ୍ରିଟିଶ ଫୌଜଙ୍କୁ ଧୂଳି ଚଟାଉଥିବାର ନଜର ଆସୁଛନ୍ତି ।

ବହୁ ପରିଚିତ ହିନ୍ଦୀ ସିରିଏଲ ‘ପବିତ୍ର ରିସ୍ତା’ର ଫେମ ଅଙ୍କିତା ଲୋଖେଣ୍ଡେଙ୍କୁ ଦର୍ଶକେ ଝଲକାରୀ ବାଇ ଭୂମିକାରେ ଦେଖିବାକୁ ପାଇବେ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜେତା କୃଷ୍ଣ ଜଗାରଲା ମୁଣ୍ଡି । ଏଥିସହିତ ଫିଲ୍ମର ନିର୍ମାଣ ଜି ଷ୍ଟୁଡିଓ କରୁଥିବାବେଳେ ଫିଲ୍ମଟି ୨୦୧୯ ଜାନୁୟାରୀ ୨୫ରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.