Latest Odisha News

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା, ୨ଅଭିଯୁକ୍ତ ଗିରଫ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରି ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସୋନପୁର ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ସୋନପୁର ସହରର ମହାଦେବ ଥପା ଓ ଶୁଶାନ୍ତ ବେହେରା । ଏମାନଙ୍କ ଠାରୁ ୧୨୦ ଗ୍ରାମର ବିସ୍କୁଟ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ ବିଳମ୍ବିତ ରାତିରେ ମନ୍ଦିର ଫାଟକ ଭାଙ୍ଗୀ ମା’ଙ୍କ ରୂପା ମୁକୁଟ ଓ ଦୁଇଟି ଛତ୍ର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସୋନପୁର ପୋଲିସ ତନାଘନା ଜାରି ରଖିଥିଲ।।

ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୋଲିସ । ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଛିା ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୋନପୁର ଏସଡିପିଓ।

Comments are closed.