Latest Odisha News

BREAKING NEWS

୧୫୦ ମିଲିୟନ୍‌ ଭ୍ୟୁ ପାର୍‌ କଲା ଗୁରୁ ରାନ୍ଧୱା ଏବଂ ନୋରା ଫ‌ତେହିଙ୍କ ଗୀତ ‘ନାଚ ମେରୀ ରାନୀ’

ମୁମ୍ବାଇ: ଗାୟକ ଗୁରୁ ରାନ୍ଧୱାଙ୍କ ଗୀତ ‘ନାଚ ମେରୀ ରାନୀ’ ସୋସିଆଲ ମିଡିଆରେ ଲଗାତାର୍‌ ହିଟ୍‌ ହେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୫୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏହି ଗୀତରେ ନୋରା ଫତେହି ଏବଂ ଗୁରୁ ରାନ୍ଧୱା ଏକାଠି ନାଚିଛନ୍ତି। ନୋରା ଫତେହି ଏବଂ ଗୁରୁ ରାନ୍ଧୱାଙ୍କ ଗୀତ ‘ନାଚ ମେରୀ ରାନୀ’ ଅକ୍ଟୋବର ୨୦ରେ ରିଲିଜ ହେବା ପରଠାରୁ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି।

ନାଚ ମେରୀ ରାନୀରେ ଭିନ୍ନ ଡ୍ୟାନ୍‌ସ ମୁଭ୍‌  ପାଇଁ ନୋରା ଫତେହିଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ତେଣୁ, ଯେତେବେଳେ ଏହି ଗୀତ ୧୫୦ ନିୟୁତ ଭ୍ୟୁ ହାସଲ କଲା, ସେତେବେଳେ ସେ ଏହି ଖବର ନିଜ ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମ ଷ୍ଟୋରୀରେ, ସୋସିଆଲ ମିଡିଆରେ ସେୟାର କରିଥିଲେ, ଦର୍ଶକମାନେ ମଧ୍ୟ ଏହି ଗୀତ ଉପରେ ପ୍ରତିକ୍ରିୟା ଦେଇ ଖୁସି ଜାହିର୍‌ କରିଥିଲେ। ଏହି ଗୀତ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ଏହି ଗୀତର ଲିରିକ୍ସ ତନିସ୍କ ବାଗଚି ଲେଖିଛନ୍ତି।

Comments are closed.