Latest Odisha News

BREAKING NEWS

ସୋନିଆ ଗାନ୍ଧି ଡାକିଲେ ଜରୁରୀ ବୈଠକ: ୧୯ରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି । ଆସନ୍ତା ୧୯ ତାରିଖରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଏହି ନେତାଙ୍କ ସହ ବୈଠକ କରିବେ । ଏହି ନେତାମାନେ କିଛି ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ସ୍ଥାୟୀ ଅଧ୍ୟକ୍ଷ ସହ ଦଳରେ ନିର୍ବାଚନ କରି ପରିବର୍ତ୍ତନ ଦାବି କରିଥିଲେ ।

୧୯ ତାରିଖରେ ହେବାକୁ ଥିବା ବୈଠକରେ ସୋନିଆ ଗାନ୍ଧି ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି ।ସୂଚନା ଅନୁସାରେ ବରିଷ୍ଠ ନେତାମାନେ ଦଳର ଆଗାମୀ ରୋଡମ୍ୟାପ୍ ନେଇ କଥା ହୋଇପାରନ୍ତି । ଜାନୁଆରୀ ଦ୍ବିତୀୟ ସପ୍ତାହରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।

କିଛି ଦିନ ତଳେ ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ । କୁହାଯାଉଛି କି, ପାର୍ଟିର ବରିଷ୍ଠ ନେତାଙ୍କ ସହ କଥା ହେବା ପାଇଁ କମଲନାଥ ସୋନିଆ ଗାନ୍ଧିଙ୍କୁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ଶନିବାର ସୋନିଆ ଗାନ୍ଧିଙ୍କ ବାସଭବନ ଦଶ ଜନପଥରେ ହେବାକୁ ଥିବା ଏହି ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

Comments are closed.