Latest Odisha News

[ଭିଡ଼ିଓ] ମାସ୍କ ବଦଳାଇଦେବ ପରିଚୟ…

ଭୁବନେଶ୍ୱର: ବୋଧ ହୁଏ ସାରା ବିଶ୍ୱ କରୋନାକୁ ପରାଜିତ କରିଛି । ଏହି ଉକ୍ତିକୁ ଆମେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଆମେ କରୋନାଠୁ ଦୂରେଇ ରହିବାରେ ସକ୍ଷମ ହୋଇଛନ୍ତି । କରୋନା ପାଇଁ ବଜାରରେ ବିଭିନ୍ନ ପ୍ରକାରର ସାନିଟାଇଜର୍ ଓ ମାସ୍କ ଦେଖିବାକୁ ମିଳୁଛି । ହେଲେ ଏବେ ଏକ ସ୍ୱତନ୍ତ୍ର ମାସ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ଜାପାନର ଜଣେ ବ୍ୟକ୍ତି ପ୍ରସ୍ତୁତ କରିଛନ୍ତି ।

ଏହି ମାସ୍କଟି ସାଧାରଣ ନୁହେଁ । କାହିଁକି ନା ଏହାକୁ ପିନ୍ଧିବା ପରେ ଆପଣଙ୍କ ପରିଚୟ ସଂପୂର୍ଣ୍ଣ ରୂପେ ବଦଳିଯିବ । ଜାପାନର ୩୦ ବର୍ଷୀୟ ସୁହେଇ ଓକାୱାରା ଏହି ଥ୍ରିଡି ପ୍ରିଣ୍ଟେଡ ମାସ୍କ ପ୍ରସ୍ତୁତ କରିଛନ୍ତି । ତେବେ ଏହି ମାସ୍କ ଆପଣଙ୍କୁ କରୋନାରୁ ସୁରକ୍ଷା ଦେବନି । ବରଂ କୌଣସି ପରିଚିତ ଲୋକଙ୍କ ପାଖରେ ଅଜଣା ବ୍ୟକ୍ତିର ପରିଚୟ ନିଶ୍ଚିତ ଦେଇପାରିବ । ତା ଛଡା ଏହି ମାସ୍କ ସଂପୂର୍ଣ୍ଣ ରୂପେ ଆପଣଙ୍କୁ ପ୍ରକୃତ ଚେହେରାର ଅନୁଭୂତି ମଧ୍ୟ ଦେବ ।

ମିଳିଥିବା ଖବର ଅନୁଯାୟୀ ଏହି ମାସ୍କ ଆସନ୍ତା ବର୍ଷ ବଜାରକୁ ଆସିବ । ଏହାର ସମ୍ଭାବ୍ୟ ଦାମ ୭୦ ହଜାର ଟଙ୍କା ଥିବାବେଳେ କେବଳ ଟୋକିଓର କେମେନ୍ୟା ଓମୋଟେ ନାମକ ଏକ ଦୋକାନରେ ଏହି ମାସ୍କ ଉପଲବ୍‌ଧ ହେବ ।

ମାସ୍କ ନିର୍ମାତା ସୁହେଇ ପ୍ରତିଟି ମାସ୍କ ନିର୍ମାଣ କରିବା ପାଇଁ ନୂଆନୂଆ ଚେହରା ଖୋଜିଥାନ୍ତି । ଏଥିପାଇଁ ସେ ମଡେଲମାନଙ୍କୁ ୨୮ହଜାର ୫୦୦ଟଙ୍କା ଦେଇ ତାଙ୍କ ଚେହେରାର ନକଲ କିଣିଥାନ୍ତି । ଯାହାପରେ ସେହି ଚେହେରା ଅନୁଯାୟୀ ସେ ମାସ୍କ ପ୍ରସ୍ତୁତ କରିଥାନ୍ତି । ଅକ୍ଟୋବର ମାସରୁ ସୁହେଇ ଏପରି ମାସ୍କ ନିର୍ମାଣ ଆରମ୍ଭ କରିଥିଲାବେଳେ ଗ୍ରାହକମାନେ ତାଙ୍କୁ ବହୁ ପରିମାଣର ଅଗ୍ରୀମ ଅର୍ଡର ଦେଇଚାଲିଛନ୍ତି ।

Leave A Reply

Your email address will not be published.