ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟୁଇଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି । ସେ ଟୁଇଟ କରିଛନ୍ତି ଯେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ ତାଙ୍କୁ ସାର ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଘରକୁ ନେଇଯିବା ପାଇଁ କୁହା ଯାଇଥିଲା ।
ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୨୩ରେ ହାଜର ହେବାକୁ କହିଛି । ତେବେ ସେ ଇଡି ନିକଟକୁ ଯିବେ କି ନାହିଁ ତାହା ସ୍ପଷ୍ଟ ନାହିଁ । ଏବେ ଇଡି ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିବାରେ ଲାଗିଛି । ଜୁନ ୨ରେ ସୋନିଆ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲା ।
Comments are closed.