Latest Odisha News

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ ଗାନ୍ଧିଙ୍କୁ 50 ଘଂଟା ଜେରା କରି ସାରିଛି । ଏବେ ପୁଣି  ସୋନିଆ ଗାନ୍ଧୀଙ୍କୁ ଜୁଲାଇ ୨୧ ରେ ପଚରାଉଚାରା ପାଇଁ ହାଜର ହେବାକୁ କହିଛି। ଏହା ପୂର୍ବରୁ ସୋନିଆ ଇଡିରେ ହାଜର ହେବା ପାଇଁ ଆଉ କିଛି ଦିନ ସମୟ ମାଗିଥିଲେ। ତେବେ ଜୁଲାଇ 21ରେ ହାଜର ହେବା ପାଇଁ ଇଡି ଆଉ ଥରେ ସମନ କରିଛି ।

କରୋନା ହେବା ଯୋଗୁ 4 ସପ୍ତାହ ବିଶ୍ରମ ନେବାକୁ  ସୋନିଆଙ୍କୁ ଡାକ୍ତର କହିଥିଲେ ।  ଯେଉଁଥି ପାଇଁ ସେ କିଛି ସପ୍ତାହ ଇଡି ସାମ୍ନାରେ ହାଜର ହୋଇନଥିଲେ। ଇଡି ସୋନିଆଙ୍କ ଅନୁରୋଧକୁ ସ୍ୱୀକାର ମଧ୍ୟ କରିଥିଲା। ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କହିଥିଲା ଯେ ଟଙ୍କା ହେର ଫେର ମାମଲାରେ ଜୁଲାଇ ମାସର ଶେଷ ଆଡ଼କୁ କୌଣସି ସମୟରେ ନିଜର ପକ୍ଷ ରଖିବେ। ତେବେ ଜୁଲାଇ 21ରେ ହାଜର ହେବାକୁ ଇଡି କହିଛି ।

Comments are closed.