Latest Odisha News

BREAKING NEWS

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ ନା କେବେ ଅବସର ନେଇଛନ୍ତି ନା କେବେ ନେବେ । କଂଗ୍ରେସ ନେତା ଅଳକା ଲାମ୍ବା ଏଇ ସୂଚନା ଦେଇଛନ୍ତି ।

ଅଳକା ଲାମ୍ବା କହିଛନ୍ତି, ସୋନିଆ ଗାନ୍ଧି ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ମିଡିଆରେ ଆସୁ୍‌ଥିବା ତାଙ୍କର ଅବସର କଥା ବିଷୟରେ ତାଙ୍କୁ ପଚାରିଲି । ସେ ହସି ହସି କହିଲେ ମୁଁ କେବେ ଅବସର ନେଇ ନ ଥିଲି କି ଆଗକୁ କେବେ ଅବସର ନେବିନି ମଧ୍ୟ ।

ସୋନିଆ ରାଜନୀତିରୁ ସନ୍ନ୍ୟାସ ନେବା କଥା ଶନିବାରଠାରୁ ମିଡିଆରୁ ଜାଣିବାକୁ ମିଳୁଛି । କାରଣ ରାୟପୁରଠାରେ ଦଳର ୮୫ତମ ଅଧିବେଶନରେ ଉଦବୋଧନ ଦେଇ ବେଶ ଭାବୁକ ହୋଇ ପଡିଥିଲେ ସୋନିଆ । ଏହି ଅବସରରେ ସେ କହିଥିଲେ, ମୁଁ ଖୁସି ଯେ, ଭାରତ ଯୋଡ ଯାତ୍ରା ସହ ମୋର ଇନିଂସ ଶେଷ ହେଉଛି ।
ତାଙ୍କର ଏହି କଥାକୁ ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା ଯେ, ସୋନିଆ ଗାନ୍ଧି ଅବସର ନେବେ ବୋଲି ଇସାରା ଦେଇଛନ୍ତି । ଯଦି ସୋନିଆ ଅବସର ପ୍ରସଙ୍ଗ ଉପରେ କୌଣସି ଇସାରା ଦେଇ ନାହାନ୍ତି ତେବେ ତାଙ୍କର ଇନିଂସ ସରିବାର ଅର୍ଥ କ’ଣ ହୋଇପାରେ ତାହାକୁ ନେଇ ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.