Latest Odisha News

BREAKING NEWS

ଜଣେ ରାଜକୁମାରୀଙ୍କ ବାହାଘର; ବାପ ଦେଲେ ୩ କିଲୋ ସୁନା ସହ ରୂପାର ଖଟ ଓ ସୋଫା

ଜୟପୁର(ରାଜସ୍ଥାନ): ରାଜକୁମାରୀଙ୍କ ଭୋଗ ବିଳାସ, ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନକାହାଣୀ ସମସ୍ତେ ଜାଣିଥିବେ । ରୂପା ପଲଙ୍କ..ସୁନା ଥାଳିଆା.. କଥା ଶୁଣିଲେ ହିଁ ମନେ ପଡିଯାଏ କାହାଣୀର ସେଇ ରାଜକୁମାରୀଙ୍କ କଥା । ହେଲେ ଆମେ ଏଠି ଯାହା କଥା କହିବାକୁ ଯାଉଛୁ ସେ କୌଣସି ରାଜଙ୍କ କୁମାରୀ ନୁହଁନ୍ତି ସତ କିନ୍ତୁ ରାଜକୁମାରୀଙ୍କଠାରୁ କମ ବିଳାସମୟ ନୁହେଁ ତାଙ୍କ ଜୀବନ ।

ରାଜସ୍ଥାନର ଏହି ରାଜକୁମାରୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ । ନିକଟରେ ତାଙ୍କର ବିବାହ ହୋଇଥିଲା । ବ୍ୟବସାୟୀ ପିତା ଝିଅକୁ ରାଜକୁମାରୀ ପରି ବିଦା କରିଥିଲେ । ମୁଣ୍ଡରୁ ପାଦ ଯାଏ ସୁନା ଛାଉଣୀ କରିଥିଲେ  । ପ୍ରାୟ ୩ କେଜି ସୁନା ଗହଣା ପିନ୍ଧିଥିଲେ । ସୁନା ବ୍ୟତୀତ ୧୦୦ କେଜି ରୂପା ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଏଥିସହିତ SUV-700  କାର, ସ୍କୁଟି, ବେଙ୍ଗାଲୁରରେ ୧୨ ହଜାର ସ୍କୋୟାରଫୁଟର ଫ୍ୟାକ୍ଟ୍ରି, ଫ୍ଲାଟ, ଜମି ଏବଂ ଏକ କୋଟି ୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ । ଏଥିସହିତ ରୂପାର ବେଡ, ରୂପାାର ସୋଫା ଓ ଡାଇନିଂ ସେଟ, ରୂପା ବାସନ ସହ ଅନ୍ୟାନ୍ୟ ଦାମୀ ଆସବାବପତ୍ର ବି ଦେଇଛନ୍ତି ।

ଏହି ବାହାଘରକୁ ନେଇ ଏବେ ରାଜସ୍ଥାନରେ ବେଶ ଚର୍ଚ୍ଚା । ଏହି କୋଟିପତି ବ୍ୟବସାୟୀ ହେଉଛନ୍ତି ମହେନ୍ଦ୍ର ସିଂ ସେବଡ । ମହେନ୍ଦ୍ର ସିଂଙ୍କ ଘର ରାଜସ୍ଥାନ ପାଲିର ଜୈତରଣ ଅଞ୍ଚଳର ମୋହରାଇ ଗାଁରେ । ମହେନ୍ଦ୍ର ତାଙ୍କ ଝିଅ ବଂଶିକାଙ୍କ ବିବାହ ନିକଟରେ କୁଳଦୀପ ସିଂ ଜାଗରବାଲାଙ୍କ ସହ ହୋଇଥିଲା । କୁଲଦୀପ ମଧ୍ୟ ଜଣେ ବ୍ୟବସାୟୀ । କୁଲଦୀପ ଭୈସାଣା ଗାଁରେ ରୁହନ୍ତି । ମୋହରାଇଠାରୁ ୫ କିମି ଦୂର ଏକ ରିସୋର୍ଟରେ ବରଯାତ୍ରୀ ରହିଥିଲେ । ସେଠାରେ ତାଙ୍କର ଖାଦ୍ୟ ପାନୀୟ ବନ୍ଦୋବସ୍ତ କରାଯାଇଥିଲା ।

 

 

Leave A Reply

Your email address will not be published.