Latest Odisha News

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ସାର୍‌ ଗଙ୍ଗା ରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ ଡା. ଅଜୟ ସ୍ବରୂପ ସୂଚନା ଦେଇଛନ୍ତି। ଶ୍ୱାସକ୍ରିୟା ସମସ୍ୟା ଦେଖାଯିବା କାରଣରୁ ସୋନିଆ ଗତ ୪ ତାରିଖରେ ଦିଲ୍ଲୀର ସାର୍‌ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ହସ୍ପିଟାଲରେ ରହିଥିଲେ  । ହସ୍ପିଟାଲରେ ଡାକ୍ତର ବାସୁ ଏବଂ ତାଙ୍କ ଟିମ୍‌ ସୋନିଆ ଗାନ୍ଧିଙ୍କର ଚିକିତ୍ସା କରୁଥିଲେ  ।

ସୋନିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ମଧ୍ୟଭାଗରେ ଯାଇ ସୋନିଆଙ୍କୁ ଭେଟିଥିଲେ। ଏନେଇ ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୋନିଆ ଗାନ୍ଧି ଧିରେ ଧିରେ ସୁସ୍ଥ ହେଉଛନ୍ତି  । ଏହାପୂର୍ବରୁ ଗତ ବର୍ଷ ଜୁନ ମାସରେ ସୋନିଆ ଗାନ୍ଧୀଙ୍କୁ କୋଭିଡ ସମ୍ବନ୍ଧୀୟ ସମସ୍ୟା ହେତୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

Leave A Reply

Your email address will not be published.