Latest Odisha News

BREAKING NEWS

୨ ଭାରତୀୟ ୩ ଦିନରେ ବୁଲିଲେ ୭ ମହାଦେଶ

ନୂଆଦିଲ୍ଲୀ: ଜଣେ ସାଧାରଣ ମଣିଷ ଗୋଟିଏ କିମ୍ବା ୨ ଦିନରେ କେତୋଟି ସ୍ଥାନ ଭ୍ରମଣ କରିପାରିବ ? ଆମେ କହିବା ଅତି ବେଶୀରେ ୧୦୦୦ରୁ ୨୦୦୦ କିଲୋମିଟର ପର‌୍ୟ୍ୟନ୍ତ । ମାତ୍ର ଭାରତର ୨ ବ୍ୟକ୍ତି ଡ.ଅଲୀ ଲଗାନୀ ଓ ସୁଜୟ କୁମାର ମିତ୍ର ମାତ୍ର ୩ ଦିନରେ ୭ ମହାଦେଶ ଭ୍ରମଣ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡିସେମ୍ବର ୪ରେ ମେଲବୋର୍ଣ୍ଣରୁ ସେମାନେ ବାହାରି ୭ ତାରିଖ ସୁଦ୍ଧା ଏସିଆ, ୟୁରୋପ, ଆଫ୍ରିକା, ଉତରଆମେରିକା, ଦକ୍ଷିଣ ଆମେରିକା, ଆଂଟର୍କଟିକା ଓ ଓସେନିଆ ଭ୍ରମଣ କରିଥିଲେ । ପୂର୍ବରୁ ଏତେ କମ ସମୟରେ କେହି ଏ ଭଳି ଉପଲବ୍ଧି ହାସଲ କରି ନ ଥିଲେ ।

ସେମାନେ ୭୩ ଘଂଟା କ୍ରମାଗତ ଯାତ୍ରା କରିଥିଲେ । ୨୦୨୦ରେ ୟୁଏଇର ଖାୱାଲା ଅଲରୋମିଥେ ୩ ଦିନ ୧୪ ଘଂଟା ୪୬ମିନିଟ ୪୮ ସେକେଣ୍ଡରେ ଏହି ରେକର୍ଡ ସ୍ଥାପନ କରିଥିଲେ । ଯାହକୁ ଭାରତୀୟ ଯୋଡି ଭଙ୍ଗ କରିଛନ୍ତି ।

Leave A Reply

Your email address will not be published.