ଭୁବନେଶ୍ବର: ଭଦ୍ରକରେ ଭୁଶୁଡ଼ିଲା ବିଜେଡି । ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ପଦ୍ମ ଧରିଛନ୍ତି। ପ୍ରଫୁଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ବାଜା ବଜାଇ, ବାଣ ଫୁଟାଇ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରୟାସକାନ୍ତି ସାମଲ । ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ବରେ ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ,ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ,ସମିତି ସଭ୍ୟ ମଧ୍ୟ ପଦ୍ମ ଧରିଛନ୍ତି । ଏହାସହ ଭଦ୍ରକ ଜିଲ୍ଲାର ବିଜେଡ଼ିର ବହୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ନେତା ବିଜେପିରେ ଯୋଗଦେଲେ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି ।