Latest Odisha News

ଅଧାରୁ ଯିବାର ଥିଲେ ଆସନାହିଁ; ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ସୋନୁ… 

ଜୟପୁର: ପ୍ରସିଦ୍ଧ ଗାୟକ ସୋନୁ ନିଗମ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ନିକଟରେ ରାଜସ୍ଥାନରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ସମେତ ଅନେକ ନେତା ମଧ୍ଯ ଉପସ୍ଥିତ ଥିଲେ।ଏଠାରେ ସୋନୁ ନିଗମ ପ୍ରଦର୍ଶନ କରିଥିଲେ।

କିନ୍ତୁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନେତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ବଲିଉଡ଼ ଗାୟକ ସୋନୁ ନିଗମଙ୍କୁ “ରାଇଜିଂ ରାଜସ୍ଥାନ” କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏଠାକୁ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଅନେକ ନେତା ମଧ୍ୟ ଆସିଥିଲେ। ତେବେ କୌଣସି କାରଣବଶତଃ ମୁଖ୍ୟମନ୍ତ୍ରୀ ଶୋ ଅଧାରୁ ଉଠି ଚାଲିଯାଇଥିଲେ। ତାଙ୍କ ପରେ ଅନ୍ୟ ସମସ୍ତ ଅତିଥି ଏବଂ ନେତାମାନେ ମଧ୍ୟ ଚାଲିଯାଇଥିଲେ।

ଯେଉଁ ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୋନୁ ନିଗମ। ସେ କହିଛନ୍ତି, ଏହା ଗାୟକ ତଥା ମାତା ସରସ୍ୱତୀଙ୍କ ପ୍ରତି ଅପମାନ। ଯଦି ତାଙ୍କୁ ଶୀଘ୍ର ଯିବାର ଥିଲା ତେବେ ଶୋ ଆରମ୍ଭ ପୂର୍ବରୁ ସେ ଚାଲିଯିବାର ଥିଲା। ଭିଡିଓରେ ସୋନୁ ଆହୁରି ମଧ୍ଯ କହିଛନ୍ତି, ‘ମୁଁ ଜୟପୁରର ଏକ କନ୍ସର୍ଟରେ ଯାଇଥିଲି। ଏହାର ନାମ ରାଇଜିଂ ରାଜସ୍ଥାନ ଥିଲା। ଦୁନିଆର କୋଣ ଅନୁକୋଣରୁ ଲୋକମାନେ ଆସିଥିଲେ। ମୁଁ ଦେଖିଲି ମୁଖ୍ୟମନ୍ତ୍ରୀ ଶୋ ଅଧାରୁ ଚାଲିଯାଉଛନ୍ତି। ଅନ୍ୟ ଲୋକମାନେ ମଧ୍ୟ ତାଙ୍କ ପଛେପଛେ ପଳାଇଥିଲେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯଦି ଆପଣ କଳାକାରଙ୍କୁ ସମ୍ମାନ କରନ୍ତି ନାହିଁ ତେବେ ବାହାରେ ଥିବା ଲୋକମାନେ କ’ଣ କରିବେ? କେବେ ଦେଖିନଥିବେ ଯେ ଆମେରିକାରେ କେହି ଜଣେ ଅଭିନୟ କରୁଛନ୍ତି ଏବଂ ସେହି ଶୋ ଅଧାରୁ ରାଷ୍ଟ୍ରପତି ଉଠି ଚାଲିଯାଉଛନ୍ତି। ସେହିପରି ଯଦି ଆପଣଙ୍କୁ ଶୀଘ୍ର ଯିବାର ଅଛି ତେବେ ଶୋ ଆରମ୍ଭ ହେବା ପୂର୍ବରୁ ପଳାଇବା ଉଚିତ୍, ନଚେତ୍ ଆସନ୍ତୁ ନାହିଁ।

Leave A Reply

Your email address will not be published.