Latest Odisha News

ସୋନୁ ନିଗମଙ୍କ ଚାଂଚଲ୍ୟକର ବୟାନ: ୨ଟି ମାଫିଆଙ୍କ ହାତ ମୁଠାରେ ମ୍ୟୁଜିକ ଇଣ୍ଡଷ୍ଟ୍ରି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ପରୋକ୍ଷରେ ସାହସ ଯୋଗାଇଛି । ଧିରେ ଧିରେ ଜଣଙ୍କ ପରେ ଜଣେ ସେମାନଙ୍କ ଉପରେ ହୋଇଥିବା ମାନସିକ ଅତ୍ୟାଚାରର ଗୁମର ଖୋଲୁଛନ୍ତି । ଲୋକପ୍ରିୟ ଗାୟକ ସୋନୁ ନିଗମ ଶୁକ୍ରବାର କହିଛନ୍ତି ୨ଟି ମାଫିଆ ଗ୍ରୁପ ସମ୍ପୂର୍ଣ୍ଣ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ହାତମୁଠାରେ ରଖିଛନ୍ତି । ସୋନୁ କହିଛନ୍ତି ଫିଲ୍ମ ଠାରୁ ବଡ ମାଫିଆ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ରହିଛି । ମୁଁ ବୁଝିପାରୁଛି ଲୋକଙ୍କ ପାଇଁ ବିଜନେସ୍ କରିବା ଜରୁରୀ । ସମସ୍ତଙ୍କୁ ଲାଗିଥାଏ ବିଜନେସକୁ ରୁଲ କରିବେ । ମୁଁ ଭାଗ୍ୟବାନ ଥିଲି ବହୁତ କମ୍ ବୟସରୁ ଆସିଗଲି ଓ ଏଭଳି ଳୋକଙ୍କ କବଳରୁ ବଞ୍ଚି ଗଲି । କିନ୍ତୁ ଯେଉଁ ନୂଆ ପିଲା ଆସୁଛନ୍ତି ତାଙ୍କ ପାଇଁ ଖୁବ୍ କଷ୍ଟକର । ସେମାନେ ଛୋଟ ପିଲା ତେଣୁ ଟେନସନରେ ରହୁଛନ୍ତି ।

ଏହି ଭିଡିଓରେ ସୋନୁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ଇଶାରାରେ ଘେରିଛନ୍ତି ।ତାଙ୍କୁ ଗୀତ ଗାଇବାରୁ ହଟାଇବାରେ ତାଙ୍କ ହାତ ରହିଛି । ଯେଉଁ ଅଭିନେତାଙ୍କ ଉପରେ ଏବେ ପ୍ରଶ୍ନ ଉଠିଛି ସେ ଅରିଜିତ ସିଂଙ୍କ ସହିତ ଏଭଳି କରିଛନ୍ତି । ଏହି ଇଣ୍ଡଷ୍ଟ୍ରିରୁ ମଧ୍ୟ କାଲି ପ୍ରତିଭାବାନ୍ କଳାକାର ଆତ୍ମହତ୍ୟା ନ କରିବ କହି ହେବ ନାହିଁ ବୋଲି ସୋନୁ କହିଛନ୍ତି ।

Leave A Reply

Your email address will not be published.