Latest Odisha News

BREAKING NEWS

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା: ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ନିଗମ 

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଏହାରି ମଧ୍ୟରେ ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର ସୋନୁ ନିଗମ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ। ଯିଏକି ପ୍ରଥମ ଥର ପାଇଁ ରଥଯାତ୍ରାରେ ଶ୍ରୀଜିଉଙ୍କ ଲୀଳାଖେଳା ଦେଖିବେ।

ଏହି ଗସ୍ତ ସମୟରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ପ୍ରଗତି ପ୍ରବାହ ସମେତ ରାଜ୍ୟ ପ୍ରକାଶନର ନୂତନ ସଂସ୍କରଣ ପ୍ରକାଶ କରିଥିଲେ। ଯାହା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ପ୍ରକାଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ଏକ ଟଙ୍କ ତୋରାଣି ବଣ୍ଟନ କେନ୍ଦ୍ର ମଧ୍ୟ ଉଦଘାଟନ କରିଥିଲେ। ଏପରିକି ଭକ୍ତ ଏବଂ ତୀର୍ଥଯାତ୍ରୀମାନଙ୍କୁ ଟଙ୍କ ତୋରାଣି ବଣ୍ଟନ କରୁଥିବା ଦେଖାଯାଇଥିଲା।

 

Comments are closed.