Latest Odisha News

BREAKING NEWS

୨୨ କୋଭିଡ୍‌ ରୋଗୀଙ୍କ ଜୀବନ ବଞ୍ଚାଇଲେ ସୋନୁ

ବେଙ୍ଗାଲୁରୁ: ମଙ୍ଗଳବାର ଦିନ ବେଙ୍ଗାଲୁରୁର ସୋନୁ ସୁଦ ଏବଂ ତାଙ୍କ ସ୍ୱେଚ୍ଛାସେବୀ ଦଳ ସହରର ଏକ ଡାକ୍ତରଖାନାକୁ ୧୬ରୁ ଅଧିକ ଅମ୍ଳଜାନ ସିଲିଣ୍ଡର ଯୋଗାଇ ପ୍ରାୟ ୨୦ରୁ ୨୨ ଜଣ କୋଭିଡ୍‌ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି।

ସୋନୁ ସୁଦ ଚାରିଟି ଫାଉଣ୍ଡେସନର କର୍ଣ୍ଣାଟକ ଦଳ ଆରଏକ ହସ୍ପିଟାଲରେ ଅମ୍ଳଜାନ ସିଲିଣ୍ଡରର ଜରୁରୀ ଆବଶ୍ୟକତା ସମ୍ପର୍କରେ ଜଣେ ପୋଲିସ ଅଧିକାରୀଙ୍କଠାରୁ SOS କଲ୍ ପାଇଥିଲେ।

କର୍ଣ୍ଣାଟକର ସୋନୁ ସୁଦ ଚାରିଟି ଫାଉଣ୍ଡେସନ ସରକାରୀ ଡାକ୍ତରଖାନାରୁ ଅମ୍ଳଜାନ ସିଲିଣ୍ଡରର ଆବଶ୍ୟକତା ସମ୍ପର୍କରେ ପୋଲିସ ଅଧିକାରୀଙ୍କଠାରୁ SOS କଲ ପାଇଥିଲେ। ଅମ୍ଳଜାନର ଅଭାବ ହେତୁ ଡାକ୍ତରଖାନା ପୂର୍ବରୁ ଦୁଇ ଜଣ ରୋଗୀ ପ୍ରାଣ ହରାଇ ସାରିଥିଲେ।

ସୋନୁଙ୍କ ଟିମ୍ ଏହା ଜାଣିବା ପରେ ହସ୍ପିଟାଲ୍‌ ସହ ଯୋଗାଯୋଗ କରି ୧୬ରୁ ଅଧିକ ଟି ଅମ୍ଳଜାନ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ। କୋଭିଡ୍‌ ରୋଗୀଙ୍କ ଜୀବନ ରକ୍ଷାକାରୀ ସାଜିଥିବା ସୋନୁ ସୁଦ ଟିମ୍‌କୁ ବେଶ୍‌ ପ୍ରଶଂସା କରାଯାଇଥିଲା।

 

Leave A Reply

Your email address will not be published.