ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ । ଏବେ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ସୋନୁ । ପୀଡ଼ିତଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ଯୋଗାଇବା ସହ ରୋଜଗାର ଦେବେ ବୋଲି ସୋନୁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସେ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ।
ହେଲପ୍ଲାଇନ୍ ନମ୍ବର ଜାରି କରିବା ସହ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଠିକଣା ଖୋଜିବାକୁ ଚେଷ୍ଟା କରୁଛୁ । ଏହି ଦୁର୍ଘଟଣା ପରେ ସେମାନେ କେମିତି ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛୁ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି । ତାହା ହେଲା ୯୯୬୭୫୬୭୫୨୦ । ଏହି ନମ୍ବର ମାଧ୍ୟମରେ ପୀଡ଼ିତ ଲୋକ ନଚେତ୍ ତାଙ୍କୁ ଜାଣିଥିବା ଲୋକ ଆମ ସହ ଯୋଗାଯୋଗ କରିପାରିବେ । ଏହି ନମ୍ବରରେ ଫୋନ ନ କରି କେବଳ ମେସେଜ କରିବାକୁ ସେ ଅନୁରୋଧ କରିଛନ୍ତି । ଆମେ ପୀଡ଼ିତଙ୍କ ସମସ୍ୟା ଜାଣିବା ପରେ ସେମାନଙ୍କୁ ରୋଜଗାର ଦେବୁ ଓ ପିଲାମାନଙ୍କ ପାଠପଢା ପାଇଁ ସାହାଯ୍ୟ କରିବୁ ।
Comments are closed.