Latest Odisha News

BREAKING NEWS

ଚଳନ୍ତା ଟ୍ରେନ୍ ପାହାଚରେ ବସି ଯାତ୍ରା କରୁଥିଲେ ସୋନୁ ସୁଦ; ଦାୟିତ୍ୱସମ୍ପନ୍ନତାର ପାଠ ପଢ଼ାଇଲା ରେଳବାଇ

ମୁମ୍ବାଇ: କରୋନା ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ପାଇଁ ତ୍ରାଣ କର୍ତ୍ତା ସାଜିଥିଲେ। ମହାମାରୀ କାଳ ରୂପକୁ ସେ ଖାତି ନ କରି ଲୋକଙ୍କ ସେବାରେ ଲାଗିଥିଲେ। କାହାକୁ ଖାଦ୍ୟ ପହଞ୍ଚାଇବା ହେଉ ତ ଆଉ କାହାକୁ ସୁରକ୍ଷତି ଘରେ ପହଞ୍ଚାଇବା ସବୁ କାମରେ ସେ ଆଗରେ ଥିଲେ। ସ୍ଥିତି ଏମିତି ଥିଲା ଯେ ଲୋକ ସରକାରଙ୍କରୁ ସମସ୍ୟା ନ ଜଣାଇ ସିଧା ସୋନୁଙ୍କ ପାଖରେ ଗୁହାରି କରିଥିଲେ। ଫଳରେ ସୋନୁ ସୁଦ ଏତେ ଅଦରଣୀୟ ହୋଇଯାଇଥିଲେ ଯେ ଲୋକେ ତାଙ୍କୁ ତାଙ୍କ ଆଦର୍ଶ ବୋଲି ମାନି ନେଇଥିଲେ।

ହେଲେ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓକୁ ନେଇ ଫ୍ୟାନ୍ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତା ଛଡ଼ା ତାଙ୍କର ଏଭଳି ଦାୟିତ୍ୱହୀନତା ପାଇଁ ଉତ୍ତର ରେଳବାଇ ମଧ୍ୟ ତାଙ୍କୁ ଦାୟିତ୍ୱସମ୍ପନ୍ନତାର ପାଠ ପଢ଼ାଇଛି। ଜଣେ ଅଭିନେତା ହୋଇ ଏପରି କରିବା କଥା ନୁହେଁ ବୋଲି ରେଳବାଇ କହିଛି।

ଗତବର୍ଷ ଡିସେମ୍ବର ୧୩ ତାରିଖରେ ସୋନୁ ଏକ ଭିଡିଓ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ନିଜେ ଚଳନ୍ତା ଟ୍ରେନ୍‌ ପାହାଚ ଉପରେ ବସିଥିଲେ ଟ୍ରେନ୍ ଡୋର୍ ହ୍ୟାଣ୍ଡ ରେଲକୁ ଧରିଥିଲେ। ସୋନୁ ଫୁଟବୋର୍ଡରେ ଆଙ୍ଗୁଳି ଉପରେ ବସିଥିବାର ଦେଖାଯାଇଛି। ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ଭାଇରାଲ୍ ହେବା ପରେ ଘଟଣା ଉତ୍ତର ରେଳବାଇ ନଜରକୁ ଆସିଛି।

ଏଭଳି ଯାତ୍ରା ବିପଦଜନକ। ଲୋକେ ଆଦର୍ଶନ ମାନୁଥିବା ଅଭିନେତା ସୋନୁଙ୍କ ଏପରି ଦାୟିତ୍ୱହୀନତା ନେଇ ଉତ୍ତର ରେଳବାଇ ଅସନ୍ତୋଷ ପ୍ରକାଶ କରିଛି। ଏଭଳି କରିବା ଦ୍ୱାରା ଲୋକଙ୍କ ପାଖକୁ ଭୁଲ ମେସେଜ୍ ଯାଉଛି। ତେଣୁ ଭବିଷ୍ୟତରେ ଏପରି ନ କରିବାକୁ ସୋନୁଙ୍କୁ ରେଳବାଇ ପକ୍ଷରୁ କୁହାଯାଇଛି।

 

ସୋନୁଙ୍କ ଏହି ଭିଡିଓ ଟ୍ୱିଟ୍ କରି ଉତ୍ତର ରେଳବାଇ ଲେଖିଛି “ପ୍ରିୟ ସୋନୁ ସୁଦ, ଦେଶ ବିଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆପଣ ଜଣେ ଆଦର୍ଶ ବ୍ୟକ୍ତି। ଟ୍ରେନ୍‌ର ପାହାଚ ଉପରେ ବସି ଯାତ୍ରା କରିବା ବିପଦ ଜନକ। ଏଭଳି ଭିଡିଓରେ ଆପଣଙ୍କର ପ୍ରଶଂସକଙ୍କ ପାଖକୁ ଭୁଲ୍ ସନ୍ଦେଶ ଯାଇପାରେ। ଦୟାକରି ଏପରି କରନ୍ତୁ ନାହିଁ। ସୁଗମ ଓ ସୁରକ୍ଷିତ ଯାତ୍ରାରର ଆନନ୍ଦ ଉଠାନ୍ତୁ।” ଜାନୁଆରୀ ୪ ତାରିଖରେ ଉତ୍ତର ରେଳବାଇ ପକ୍ଷରୁ ଏହି ଟ୍ୱିଟ୍ କରାଯାଇ ସୋନୁଙ୍କୁ ଶୃଙ୍ଖଳାର ପାଠ ପଢ଼ାଯାଇଛି।

ଏହା ପୂର୍ବରୁ ମୁମ୍ବାଇ ରେଳବାଇ ପୁଲିସ କମଶନରେଟ ପକ୍ଷରୁ ମଧ୍ୟ ସୋନୁଙ୍କୁ ଚେତାବନୀ ଦିଆଯାଇଥିଲା। ଏପରି କରିବା ବିପଦ। ତେଣୁ ବାସ୍ତବ ଜୀବନରେ ଏପରି ହେବା କଥା ନୁହେଁ ବୋଲି ମୁମ୍ବାଇ ରେଳବାଇ ପୁଲିସ ସୋନୁଙ୍କ ପରାମର୍ଶ ଦେଇଥିଲେ।

 

Leave A Reply

Your email address will not be published.