Latest Odisha News

BREAKING NEWS

‘ମିଡିଆକୁ କେବଳ ମୋ ଟି-ସର୍ଟ ଦେଖାଯାଉଛି, ଗରିବଙ୍କ ଚିରା ପୋଷାକ ଦେଖାଯାଉନି’

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀଙ୍କର ଟି-ଶାର୍ଟକୁ ନେଇ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଇଥିଲା। ବିଜେପି ମଧ୍ୟ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଥିଲା। ଆଉ ଏବେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମିଡିଆ କେବଳ ତାଙ୍କର ଟି-ଶାର୍ଟକ ଲକ୍ଷ୍ୟ କରିପାରିଲା, ହେଲେ ତାଙ୍କ ସହ ଚାଲୁଥିବା କୃଷକ ଓ ଗରିବ ଲୋକର ଚିରାଫଟା ବସ୍ତ୍ର ବିଷୟରେ କିଛି ପଚାରିଲା ନାହିଁ।

ଉତ୍ତର ପ୍ରଦେଶ ବାଘପତ-ଶାମଲୀ ସୀମା ବାରଉତର ରାସ୍ତାରେ ଏକ ଜନସଭାକୁ ସମ୍ବୋଧନ କରି ରାହୁଲ କହିଛନ୍ତି “ ମୁଁ ଟି-ଶାର୍ଟି ପିନ୍ଧି ଭାରତ ଯୋଡ଼ ଯାତ୍ରାରେ ଚାଲିଲି। କୃଷକ ଓ ଶ୍ରମିକଙ୍କର ଅନେକ ପିଲା ଚିରା ପୋଷାକ ପିନ୍ଧି ମୋ ସହ ଚାଲୁଥିଲେ। ହେଲେ ମିଡିଆ କିନ୍ତୁ ପଚାରିଲା ନାହିଁ ଯେ ଶୀତରେ ବିନା ସ୍ୱେଟରର ଚିରା ପୋଷକା ପିନ୍ଧି ଏ ପିଲାମାନେ କାହିଁକି ଚାଲୁଛନ୍ତି ?” ଏହି ଟି-ଶାର୍ଟ ପିନ୍ଧି ମୁଁ ୧୧୦ ଦିନରେ ୩ ହଜାର କିମି ପଦଯାତ୍ରା କରିବା ପରେ ନା ଥକିଯାଇଛନ୍ତି ନା ଦେହ ଥଣ୍ଡାରେ କାଲୁଆ ମାରିଛି ବୋଲି ରାହୁଲ କହିଛନ୍ତି।

ଏଭଳି ଶୀତ ସମୟରେ ବି ରାହୁଲ ଗାନ୍ଧୀ ସାଧାରଣର ଏକ ପୋଲୋ ଟି-ଶାର୍ଟ ପିନ୍ଧି ବୁଲିଛନ୍ତି। ଦିଲ୍ଲୀର ଏଭଳି କଡ଼ା ଶୀତ ସମୟରେ ବି ପଦଯାତ୍ରା କରିଛନ୍ତି। ଏହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି। ଯାହାକୁ ଦେଖି ଜଣେ ସାମ୍ବାଦିକ ବାରମ୍ବାର ଗୋଟିଏ ଟି-ଶାର୍ଟ ପିନ୍ଧୁଥିବାର ପ୍ରଶ୍ନ କରିଥିଲେ। ଉତ୍ତରରେ ରାହୁଲ କହିଥିଲେ ଯେ ଟି-ଶାର୍ଟ ଚାଲୁଛି, ଯେପର୍ଯ୍ୟନ୍ତ ଚାଲିବ ସେପର୍ଯ୍ୟନ୍ତ ଚଳାଇବି।

ଏହି ସଭାରେ ସେ କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ।  ସେ କହିଛନ୍ତି ଯେ ପୂର୍ବରୁ ସୈନିକମାନେ ଦେଶ ପାଇଁ ୧୫ ବର୍ଷ ଲଢ଼ିବା ପରେ ଅବସର ନେଇ ପେନ୍‌ସନ ପାଉଥିଲେ। ହେଲେ ଏବେ ମାତ୍ର ୪ ବର୍ଷ ପାଇଁ ବନ୍ଧୁକ ଧରି ଲଢ଼, ତା ପରେ ତୁମକୁ ବାହାର କରିଦିଆଯିବ। ଆଉ ତୁମେ ବେକାରି ହୋଇ ବୁଲିବ। ଇଏ ହେଉଛି ଆଜିର ଭାରତ ବୋଲି ରାହୁଲ କହିଛନ୍ତି।

ପୁଣି ବ୍ୟବସ୍ଥାକୁ ବିରୋଧ କଲେ ମୋଦୀ ଜୀ କହୁଛନ୍ତି ତୁମ ଫଟୋ ନିଆଯାଇଛି। ତୁମକୁ ସରକାରୀ ଚାକିରି ଦିଆଯିବନି। ଯୁବଗୋଷ୍ଠୀ, କୃଷକ ଓ ଶ୍ରମିକଙ୍କୁ ଡରାଇ ରଖିବା ବିଜେପିର ନୀତି ବୋଲି ରାହୁଲ କହିଛନ୍ତି।

ଗୁରୁବାର ଉତ୍ତର ପ୍ରଦେଶ ଶାମଲୀ ସୀମାରୁ ରାହୁଲଙ୍କର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି। ଆଜି ଏହି ଯାତ୍ରା ହରିଆଣାରେ ପ୍ରବେଶ କରିବ।

ସୂଚନା ଥାଉକି କନ୍ୟାକୁମାରୀରୁ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ। ସେଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଯାତ୍ରା ଶେଷ କରିବେ ରାହୁଲ ଗାନ୍ଧୀ।

ତେବେ ରାହୁଲ ଏହି ୧୦୮ ଦିନ ଭିତରେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଜିଲ୍ଲା ଭ୍ରମଣ କରିସାରିଲେଣି। ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଯାତ୍ରା କରିସାରିଲେଣି ରାହୁଲ। ହରିଆଣାରେ ଆଜିଠାରୁ ଯାତ୍ରା ଆମ୍ଭ ହୋଇଛି।

 

Leave A Reply

Your email address will not be published.