ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ସଙ୍ଗଠନ ସୁଦ୍ ଚାରିଟେବୁଲ ଟ୍ରଷ୍ଟ ୟୁକ୍ରେନର ଭାରତୀୟ ଦୂତବାସ ସହିତ ଯୋଗାଯୋଗ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ।
ସୂଚନା ଅନୁସାରେ, ସୋନୁ ସୁଦ ୟୁକ୍ରେନ୍ରେ ଫସିଥିବା ପଞ୍ଜାବ ସମେତ ସମସ୍ତ ଭାରତୀୟ ଛାତ୍ରଙ୍କୁ ଯୁଦ୍ଧ ସ୍ଥଳ ଆଖପାଖରେ ରହିବାକୁ ନିବେଦନ କରିଛନ୍ତି । ଯାହାଫଳରେ ସେମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇପାରିବ।
ସୋନୁ ସୁଦ କହିଛନ୍ତି ଯେ, ଯଦି ଛାତ୍ରମାନେ ସମାନ ସ୍ଥାନରେ ରହିବେ, ତେବେ ଭାରତୀୟ ଦୂତାବାସ ସେମାନଙ୍କ ସହ ସହଜରେ ଯୋଗାଯୋଗ କରିପାରିବ।
ସୋନୁ ସୁଦ ଛାତ୍ରମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଭାରତୀୟ ଏଜେନ୍ସୀ ତଥ୍ୟ ନେଇ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ସୋସିଆଲ ମିଡିଆ ପୋଷ୍ଟ୍ରେ ଏକ ଭିଡିଓ ଶେୟାର କରି ସୋନୁ ସୁଦ ଲେଖିଛନ୍ତି, “ୟୁକ୍ରେନ୍ରେ ଆମର ଛାତ୍ରମାନଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ସମୟ ଏବଂ ଏହା ବୋଧହୁଏ ମୋର ସବୁଠୁ କଠିନ କାର୍ୟ୍ୟ ।”
Comments are closed.