Latest Odisha News

BREAKING NEWS

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ କରି ଠକୁଥିଲା ।

ନିକଟରେ ତମାଣ୍ଡୋରେ ଜଣେ ଲୋକଙ୍କୁ ଶସ୍ତାରେ ଅପରେସନ କରାଇଦେବା କଥା କହି ୩୦ ହଜାର ଟଙ୍କା ଠକିନେଇଥିଲା ।  ସେହିପରି ଏୟାରପୋର୍ଟ ଅଞ୍ଚଳରେ ଜଣେ ଲୋକଙ୍କୁ ଚାକିରି କରାଇଦେବି କହି କିଛି ଟଙ୍କା ଠକିନେଇଥିଲା ।ଏହି ହାଇପ୍ରୋଫାଇଲ ଠକ । ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ତମାଣ୍ଡୋ ପୋଲିସ ।ଏହି ମାମଲାରେ ଆଉ କେଉଁ କେଉଁ ମାନେ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.