ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ପତ୍ନୀ ସୋନାଲି ସୁଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ନାଗପୁର ହାଇୱେରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୋନାଲି ସୁଦଙ୍କ କାର ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି।
ସୂଚନା ଅନୁଯାୟୀ, କାରରେ ସୋନାଲିଙ୍କ ସହ ତାଙ୍କ ଭଉଣୀ ଓ ଭଣଜା ମଧ୍ଯ ରହିଥିଲେ। ସୋନାଲି ଓ ତାଙ୍କ ଭଣଜା ଗୁରୁତର ଥିବା ବେଳେ ଦୁହିଁଙ୍କୁ ଆଗାମୀ ୪୮-୭୨ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ଦୁର୍ଘଟଣା ସମୟରେ ସୋନାଲିଙ୍କ ଭଉଣୀ ମଧ୍ୟ କାରରେ ଥିଲେ। ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ସେ ବିପଦମୁକ୍ତ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ସୋନୁ ସୁଦ ୧୯୯୬ ମସିହାରେ ସୋନାଲି ସୁଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସୋନୁ ସୁଦଙ୍କର ଦୁଇଟି ପୁଅ ଅଛନ୍ତି, ଯାହାଙ୍କ ନାମ ଆୟାନ ଏବଂ ଇଶାନ୍ତ। ସୋନାଲି ହୁଏତ ଲାଇମଲାଇଟ୍ରୁ ଦୂରରେ ରହିପାରନ୍ତି କିନ୍ତୁ ସେ ପେଶାରେ ଜଣେ ପ୍ରଯୋଜିକା।
Comments are closed.