ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏକ ନୂତନ ଟଙ୍କା ଉଠେଇବା ବିକଳ୍ପ ଉପରେ କାର୍ଯ୍ୟ କରୁଛି । ଖୁବ୍ ଶୀଘ୍ର କର୍ମଚାରୀମାନେ UPI ମାଧ୍ୟମରେ ସେମାନଙ୍କ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉଠେଇବାକୁ ସମର୍ଥ ହେବେ । ରିପୋର୍ଟରେ କୁହାଯାଇଛି ଯେ ୟୁପିଆଇ ମାଧ୍ୟମରେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠେଇବା ବ୍ୟବସ୍ଥା ମାତ୍ର ତିନି ମାସ ମଧ୍ୟରେ ଆରମ୍ଭ ହେବ।
ତେବେ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଇପିଏଫଓ ପୂର୍ବରୁ ଯୋଜନା ପ୍ରସ୍ତୁତ କରିସାରିଛି ଏବଂ ଆସନ୍ତା ଦୁଇତିନି ମାସ ମଧ୍ୟରେ ୟୁପିଆଇ ପ୍ଲାଟଫର୍ମରେ ଏହି ସୁବିଧା ଆରମ୍ଭ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହିତ ଆଲୋଚନା କରୁଛି। UPI ସହିତ EPFO ମିଶିଗଲେ କେବଳ କାର୍ଯ୍ୟରେ ଉନ୍ନତି ହେବ ନାହିଁ ବରଂ ସାତ କୋଟିରୁ ଅଧିକ ଇପିଏଫଓ ସଦସ୍ୟଙ୍କ ପାଇଁ ଫଣ୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ହେବ ।
ଥରେ ପଞ୍ଜୀକୃତ ହୋଇଗଲେ, ଗ୍ରାହକମାନେ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସହଜରେ କ୍ଲେମ ଆମାଉଣ୍ଟ ପାଇପାରିବେ । ଏହା ପ୍ରକ୍ରିୟାକରଣ ସମୟ ହ୍ରାସ କରିବ ଏବଂ ୟୁଜରଙ୍କ ପାଇଁ ଏକ ଉତ୍ତମ ଅଭିଜ୍ଞତା ପ୍ରାପ୍ତ ହେବ ।
ଶ୍ରମ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏବଂ କମର୍ଶିଆଲ ବ୍ୟାଙ୍କଗୁଡିକର ସହଯୋଗରେ ଇପିଏଫ୍ଓର ଡିଜିଟାଲ୍ ସିଷ୍ଟମକୁ ଅପଗ୍ରେଡ୍ କରୁଛି। ଏହି ପଦକ୍ଷେପ ଟଙ୍କା ଉଠେଇବା ପ୍ରକ୍ରିୟାକୁ ସରଳ କରିବ, ଅଧିକ ସମୟ ଲାଗିବ ନାହିଁ, କାଗଜପତ୍ର କାମ କମ୍ ରହିବ ।
Comments are closed.