Latest Odisha News

‘ସୂର୍ଯ୍ୟବଂଶୀ’ର ନୂଆ ରେକର୍ଡ; ବିଦେଶରେ ୧୩୦୦, ଦେଶରେ ୪୦୦୦ ସ୍କ୍ରିନ୍‌ରେ ରିଲିଜ ହେଲା ଫିଲ୍ମ

ନୂଆଦିଲ୍ଲୀ: ନୂଆ ରେକର୍ଡ କଲା ଫିଲ୍ମ ‘ସୂର୍ଯ୍ୟବଂଶୀ’। ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଶେଷରେ ଆଜି ତଥା ନଭେମ୍ବର ୫ ରେ ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଅଜୟ ଦେବଗନ୍ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେବେ ମଜାଦାର କଥା ହେଉଛି ଏହା ୬୬ ଟି ଦେଶରେ ୧୩୦୦ ସ୍କ୍ରିନ୍‌ରେ ଏହା ମୁକ୍ତିଲାଭ କରିଛି। ଭାରତରେ ଏହି ଚଳଚ୍ଚିତ୍ର ୪୦୦୦ ରୁ ଅଧିକ ବିଗ୍‌ ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ। ଏହା କରୋନା ମହାମାରୀ ସମୟରେ ଏକ ରେକର୍ଡ ଅଟେ।

ଉତ୍ତର ଆମେରିକାରେ ଏହି ଚଳଚ୍ଚିତ୍ର ୪୯୦ ସ୍ଥାନରେ ୫୨୦ଟି ସ୍କ୍ରିନରେ ମୁକ୍ତିଲାଭ କରିବ। ସଂଯୁକ୍ତ ଆରବ ଏମିରେଟ୍ସର ୧୩୭ ସ୍କ୍ରିନରେ ଏବଂ ଅଷ୍ଟ୍ରେଲିଆରେ ୧୦୭ଟି ସ୍କ୍ରିନରେ ଏହା ପ୍ରଦର୍ଶିତ ହେବ। ୟୁରୋପରେ ଏହି ଚଳଚ୍ଚିତ୍ର ୧୫୮ ଟି ସ୍ଥାନରେ ମୁକ୍ତିଲାଭ କରିବ, ଫ୍ରାନ୍ସର ୨୯ ଟି ସ୍କ୍ରିନ, ଜର୍ମାନୀରେ ୩୬ ଟି ସ୍କ୍ରିନ, ସ୍ପେନରେ ୨୦ ଟି ସ୍କ୍ରିନ ଏବଂ ଇଟାଲୀରେ ୧୯ ଟି ସ୍କ୍ରିନରେ ରିଲିଜ କରିବ। କେବଳ ସେତିକି ନୁହେଁ, ଇସ୍ରାଏଲ, ଜାପାନ, ଚିଲି, ଇଜିପ୍ଟ, ଇରାକ ଏବଂ ଜିବୁଟି ଭଳି ଅଣ ପାରମ୍ପାରିକ ଦେଶରେ ମଧ୍ୟ ସୂର୍ଯ୍ୟବଂଶୀ ମୁକ୍ତିଲାଭ କରିଛି।

Leave A Reply

Your email address will not be published.