Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପରେ ଅବସର ନେବେ ଡ୍ୱେନ ବ୍ରାଭୋ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା । ଏହା ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୋ କ୍ୟାରିୟର ନେଇ ମୁଁ ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ଅଛି ।

୩ଟି ଆଇସିସି ଟ୍ରଫି (୨୦୦୪ ଚାମ୍ପିୟନ୍ସ ଟ୍ରଫି, ୨୦୧୨ ଓ ୨୦୧୬ ଟି୨୦ ବିଶ୍ୱକପ) ବିଜୟୀ ଦଳର ସଦସ୍ୟ ହେବା ମୋ ପାଇଁ ଗର୍ବର ବିଷୟ । ବ୍ରାଭୋ ୯୦ ଟି୨୦ ମ୍ୟାଚରେ ୭୮ ଉଇକେଟ ନେଇଥିବା ବେଳେ ୧ ହଜାରରୁ ଅଧିକ ରନ କରିଛନ୍ତି । ୨୦୦୪ରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଓଭରାଲ ସେ ୨୯୩ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.