Latest Odisha News

BREAKING NEWS

ବାହୁଡା ଯାତ୍ରା ପାଇଁ ଜାରି ହେଲା ଏସଓପି

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରା ପୁରୀ ବାହୁଡା ଯାତ୍ରାରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତା ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଜାରି ହେବ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏସଓପି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବାହୁଡା ଯାତ୍ରାରେ ଏହାକୁ ଏଡାଇବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ପ୍ରଶାସନ । ଏଥିପାଇଁ ବଡଦାଣ୍ଡରେ ଥିବା ସମସ୍ତ ଘରୋଇ ଓ ବେସରକାରୀ ତଥା ଅନୁଷ୍ଠାନର କରାଯାଉଛି ସର୍ଭେ ।

ବାହୁଡା ଯାତ୍ରା ପାଇଁ ଆସନ୍ତା ସୋମବାର ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ଜାରି କରାଯିବ କର୍ଫ୍ୟୁ । ଏସଓପି ନିୟମକୁ କଡାକଡି ପାଳନ କରାଯିବା ସହ କେବଳ ସ୍ଥାୟୀ ବାସିନ୍ଦାଙ୍କ ବ୍ୟତୀତ ଅନ୍ୟକେହି ବଡଦାଣ୍ଡର ଘରେ ରହିବେ ନାହିଁ । ସମସ୍ତ ଯାତ୍ରା ଓ ବଡଦାଣ୍ଡର ଉଭୟ ପାର୍ଶ୍ବକୁ କରାଯିବ ଭିଡିଓ ଗ୍ରାଫି । ପରବର୍ତୀ ସମୟରେ ଏହି ଭିଡିଓକୁ ତର୍ଜମା କରି ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

Leave A Reply

Your email address will not be published.