Latest Odisha News

ସୋମବାରରୁ ସ୍ବାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ବର : ଆସନ୍ତା ସୋମବାରରୁ ରାଜ୍ୟରେ ସ୍ବାଭାବିକ ହେବ ବସ ଚଳାଚଳ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି । ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି । କରୋନା କୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ବସ ଗଡ଼ିବ ସମ୍ଭବ ନୁହେଁ ବୋଲି କହିଥିଲା ବସ୍ ମାଲିକ ସଂଘ ।

ଆଉ ଦୁଇ ମାସ ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଲୋନ ଦେୟ କରିନଥିବା ବସ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଠାରୁ ଏଭଳି ପ୍ରତିଶ୍ରୁତି ପାଇବା ପରେ ଆସନ୍ତା ସୋମବାରରୁ ବସ ଚଳାଚଳ କରିବାକୁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ ।

Leave A Reply

Your email address will not be published.