Latest Odisha News

BREAKING NEWS

ଚାଷୀ-କେନ୍ଦ୍ର ସରକାରଙ୍କ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ନିଷ୍ଫଳ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ । ଆଲୋଚନା ପରେ ଆଲୋଚନା । କିନ୍ତୁ ଫଳ ଶୂନ । ଚାଷୀ ଆନ୍ଦୋଳନ ନେଇ ସମାଧାନର ବାଟ ବାହାରି ପାରୁନି । ଆଜି ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ଫେଲ୍ ମାରିଛି । କୌଣସି ନିଷ୍ପର୍ଷ ବାହାରି ପାରିଲା ନାହିଁ । ଚାଷୀ ସଂଗଠନ ନୂଆ କୃଷି ଆଇନ ଉଚ୍ଛେଦ ଦାବି ଅଡି ବାସିବାରୁ ଆଲୋଚନା ଅସମାପ୍ତ ରହିଲା ।

ଆଇନ ସଂମ୍ପୂର୍ଣ୍ଣ ଉଚ୍ଛେଦ ନୁହେଁ, ବରଂ କେତେକ ସଂଶୋଧନ ଆଣିବାକୁ ସରକାର ରାଜି ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଜାନୁଆରୀ ୧୫ରେ ପୁଣି ଥରେ ବୈଠକରେ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.