Latest Odisha News

ସ୍କୁଲ ଖୋଲିବା ପୂର୍ବରୁ ତତ୍ପରତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବିଇଓ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ହେବ । ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଖୋଲିବା ପୂର୍ବରୁ ବିପଦସଙ୍କୁଳ ସ୍ପଟ ଚିହ୍ନଟ କରିବେ କର୍ତ୍ତୃପକ୍ଷ । ଏହାସହ ସ୍କୁଲ ପରିଷ୍କାର କରିବାକୁ ଅଭିଭାବକ ଓ ପଞ୍ଚାୟତିରାଜ ସଦସ୍ୟଙ୍କ ସହଯୋଗ ନିଆଯାଇ ପାରିବ । ସବୁ ଶ୍ରେଣୀଗୃହକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଯାଇଛି ।

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯିବ । ପ୍ରତିଦିନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବିଇଓ । ସେହିପରି ସମସ୍ତ ଶିକ୍ଷକ ଯେପରି ଡବଲ ଡୋଜ ଟିକା ନେଇଥିବେ ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଏନେଇ କାମ କରିବେ । ଯେଉଁଠି ଛାତ୍ରଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ । ସ୍କୁଲ ଖୋଲିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Comments are closed.