Latest Odisha News

BREAKING NEWS

ବଲାଙ୍ଗିର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର : ବଲାଙ୍ଗିରରେ କଳାକନା ବୁଲାଇଲେ ଲୁଟେରା । ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦଙ୍କ ଘରୁ ଲୁଟି ନେଇଛନ୍ତି ଚୋର । ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ସମେତ ସୁନା ଗହଣା, ଦାମୀ ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ବାପା ହେଲେ ସମାରୁ ନନ୍ଦ। ଗତ ୬ ତାରିଖ ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକେ ଗାଁକୁ ଯାଇଥିଲେ । ଘରେ କେହିନଥିବା ବେଳେ ଏହାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଚୋର । ଘରର ପଛପଟ ଗେଟ ଭାଙ୍ଗି ସୁନା ଗହଣା, ଲକ୍ଷାଧିକ ଟଙ୍କା ସହ ସହ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.