Latest Odisha News

BREAKING NEWS

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ଟ୍ରି ରିଲୋକେସନ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର: ଟ୍ରି ରିଲୋକେସନ ପାଇଁ SOP  ଜାରି ହୋଇଛି । ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା ୩୪.୫ ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ । ହେନ୍ତାଳ ବଣ ସୃଷ୍ଟି କରିବାରେ ଦେଶରେ ଆମେ ୧ ନମ୍ବରରେ ରହିଛୁ  ।

BjdElectrycity

ଜମି ଅଧିଗ୍ରହଣ ସମୟରେ ବହୁ ଗଛ କଟାଯାଉଛି । ତେଣୁ ଗଛ ଗୋଟେ ଜାଗାରୁ ବାହାର କରାଯାଇ ଆଉ ଏକ ସରକାରୀ ଜମିରେ ଲଗାଯିବ ବୋଲି ଏସଓପି ହୋଇଛି । ଏଥିରେ ପ୍ରାୟ ୩୦ରୁ ୭୦ ପ୍ରତିଶତ ଗଛ ବଂଚିବାର ସମ୍ଭାବନା ରହିଛି । ଫନି ସମୟରେ ଏହି କାମ ଶତ ପ୍ରତିଶତ ସଫଳ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରୀ ହେଉଛି । ଏହା ଏବେ ଅନୁମୋଦନ ପାଇଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ।

Leave A Reply

Your email address will not be published.