ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେଉଥିବା ଏକ ପ୍ରସିଦ୍ଧ ଯାତ୍ରା ହେଉଛି ଦଣ୍ଡଯାତ୍ରା । ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । ମୀନ ମାସର ୧୭ ଦିନ ପରେ ଓ ମେଷର ତ୍ରୟୋଦଶ ଦିନରୁ ଆରମ୍ଭ ହୋଇଥିବା ଦଣ୍ଡକାଳୀଙ୍କ ପ୍ରସିଦ୍ଧ ଦଣ୍ଡନାଚ ପରମ୍ପରା ପଣା ସଂକ୍ରାନ୍ତି ଯାଏ ଚାଲେ । ତେବେ ଆଗକୁ ଏହି ପର୍ବ ଆସୁଥିବାବେଳେ, ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଞ୍ଜାମ ପ୍ରଶାସନ ପକ୍ଷରୁ ଦଣ୍ଡନାଚ ପାଇଁ ଏସଓପି ଜାରି କରାଯାଇଛି ।
ଅଶ୍ଳୀଳ ଡ୍ୟାନ୍ସ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ରାତିରେ ମଞ୍ଚରେ କେବଳ ପାରମ୍ପରିକ କଳା ଅନୁମୋଦିତ ହେବ । ଧୂଳି ଦଣ୍ଡ ସମୟରେ ଅଶାଳୀନ ଓ ଦ୍ବିଅର୍ଥ ବୋଧକ ଶଦ୍ଦର ପ୍ରୟୋଗ ନିଷେଧ ହୋଇଛି ।
ପ୍ରତି ବ୍ଲକ, ମହାନଗର ନିଗମ କମିଶନର, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ଓ କଳା ସଂସ୍କୃତି ସଂଘକୁ ନେଇ ଏକ କମିଟି ଗଠନ କରାଯାଇଛି । ଦଣ୍ଡ ନାଚ ପୂର୍ବରୁ ଦଣ୍ଡନାଚର ମୁଖ୍ୟ ପରିଚାଳକ ଜାରି କରାଯାଇଥିବା ସର୍ତ୍ତ ପୂରଣ ପରେ ମଧ୍ୟ ଥାନା ଅଧିକାରୀଙ୍କୁ ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି ।
Comments are closed.