Latest Odisha News

BREAKING NEWS

ଜୁଲାଇ ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ବର : ଚଳିତ ମାସରେ ଖୋଲିବ ସ୍କୁଲ । କୋଭିଡର ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ରା୍ୟ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୬ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।

ନିଷ୍ପତ୍ତି ଅନୁସାରେ, ସ୍କୁଲର ସମୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସରକାରଙ୍କ ନୂଆ ନିୟମ ମୁତାବକ ଏବେ ସକାଳ ୧୦ଟାରୁ ଦିନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିବ କ୍ଲାସ୍ । ସେହିଭଳି ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଅଭିଭାବକଙ୍କ ସହ ଆଲୋଚନା କରି ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ସେହିପରି ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କର କରାଯିବ କୋଭିଡ୍ ଟେଷ୍ଟ ।

Leave A Reply

Your email address will not be published.