Latest Odisha News

BREAKING NEWS

ଅସନ୍ତୋଷ ଝାଡିଲେ ସୋଫିଆ, କହିଦେଲେ ଏପରି କଥା..

କଟକ: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ବିଧାୟିକା ସୋଫିଆ କଡା ମନ୍ତବ୍ୟ ଦେଇଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। କହିଲେ କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି। ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ କରିବାର ଥିଲା ବୋଲି କହିଛନ୍ତି ସୋଫିଆ।

ବିଶ୍ଵଜିତ କଂଗ୍ରେସରେ ମିଶିବା ଘଟଣାରେ ତାଙ୍କୁ ଅବଗତ କରାଯାଇନଥିବା ନେଇ ସେ ପରୋକ୍ଷରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତଙ୍କୁ ଏକାଠି ନେଇ କାମ କଲେ କଂଗ୍ରେସ ଆଗକୁ ବଢ଼ିବ। ଅନ୍ୟପକ୍ଷରେ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବିଶ୍ୱଜିତ୍‌।

ସୂଚନା ଥାଉକି, କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ କରିଥିଲେ। ମହାନ୍ତିଙ୍କୁ ସ୍ବାଗତ କରି ସଭାପତି ଦାସ କହିଥିଲେ, ‘ବିଶ୍ୱଜିତ ବାବୁଙ୍କ ପିତା ବାରିଷ୍ଟର ରଣଜିତ୍‌ ମହାନ୍ତି ମୋର ଜଣେ ମାର୍ଗଦର୍ଶକ ଥିଲେ ଏବଂ ମତେ ପୁତ୍ରବତ ସ୍ନେହ କରୁଥିଲେ। ବିଶ୍ୱଜିତ ବାବୁଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବ।

କଟକ ଏକ ବୈଚାରିକ ସହର, କଂଗ୍ରେସ ପ୍ରତି ଅନେକ ବିଚାରନ୍ତ ମହାନୁଭବଙ୍କ ଦାନ ଅତୁଳନୀୟ। ତେଣୁ ଐତିହାସିକ ଏବଂ ମର୍ଯ୍ୟାଦା ଦୃଷ୍ଟିରୁ କଟକ କଂଗ୍ରେସ ପାଇଁ ମହତ୍ତ୍ୱପୂର୍ଣ୍ଣ। କଂଗ୍ରେସ ବର୍ତ୍ତମାନ ଆଗେଇ ଚାଲିଛି, ଅଧିକରୁ ଅଧିକ ଲୋକ ଦଳରେ ସାମିଲ ହେଉଛନ୍ତି। ମହାନ୍ତି ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ଓ ସଭାପତି ଦାସଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ, ‘କଂଗ୍ରେସକୁ ସଶକ୍ତ କରି କ୍ଷମତାସୀନ କରିବା ଓ ଭାଜପାକୁ ତଡ଼ିବା ଆମ ଲକ୍ଷ୍ୟ’।

Leave A Reply

Your email address will not be published.